Tuesday , May 30 2023
Breaking News
Home / ବିଶେଷ / ପାଟକୁରା ରେ କାର୍ତିକେଶ୍ୱର ପୂଜା  ଓ ପୁସ୍ତକ ଉନ୍ମୋଚନ

ପାଟକୁରା ରେ କାର୍ତିକେଶ୍ୱର ପୂଜା  ଓ ପୁସ୍ତକ ଉନ୍ମୋଚନ

 ଗରଦପୁର, ୧୯/୧୧/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ସମ୍ମୁଖରେ ଦୀର୍ଘ ବର୍ଷରୁ ହୋଇ ଆସୁଥିବା କାର୍ତିକେଶ୍ୱର ପୂଜା ଉତ୍ସବ କୋଭିଡ଼ କଟକଣାମଧ୍ୟରେ ଅନୁଷ୍ଠିତ ହେଉଛି । ଆଜି ଆନୁଷ୍ଠାନିକଭାବେ କାର୍ତିକେଶ୍ୱର ଙ୍କ ମୃଣ୍ମୟ ମୂର୍ତି ପୂଜା ମଣ୍ଡପରେ ସ୍ଥାପନ କରାଯାଇ ଧର୍ମିୟ ରୀତିନୀତି ଅନୁସାରେ ପାଳିତ ହେଉଛି । ବ୍ରାହ୍ମଣ ପଣ୍ଡିତମାନେ ହୋମ ଯଜ୍ଞ ଓ ଘୃତାହୂତି ସମାପନ କରି ପୂଜାକାର୍ଯ୍ୟ ଆରମ୍ଭ କରିଛନ୍ତି । ପରମ୍ପରା ଅନୁଯାୟୀ ପାଟକୁରା ଥାନା ଆଇଆଇସି ସରୋଜ କୁମାର ସାହୁ ପୂଜା ର କର୍ତା ହୋଇଛନ୍ତି । ସେହିପରି ଆଜିର ପୂଜା ଉତ୍ସବରେ ଶ୍ରୀ କାର୍ତିକେଶ୍ୱର ଙ୍କ ପୂଜା ମଣ୍ଡପ ନିକଟରେ ‘ସ୍ମୃତି କେନ୍ଦ୍ରାପଡ଼ା’ କବିତା ପୁସ୍ତକ ଉନ୍ମୋଚନ ହୋଇଅଛି । ଥାନା ଆଇଆଇସି ଶ୍ରୀ ସାହୁଙ୍କ ଲିଖିତ ଏହି କବିତା ପୁସ୍ତକରେ ୫୨ ଟି କବିତା ସ୍ଥାନ ପାଇଛି । ଏଥିରେ ସମ୍ମାନୀତ ଅତିଥି ଭାବେ ପାଟକୁରା ଥାନାର  ପୂର୍ବତନ ଆଇଆଇସି ସୁଜିତ କୁମାର ପ୍ରଧାନ , ସବ ଇନିସପେକ୍ଟର ଜ୍ୟୋତି ରଂଜନ ମହାନ୍ତି, ଅଧ୍ୟାପକ ରମାକାନ୍ତ ପାଣି,ଶୈଳବାଳା ପ୍ରଧାନ,ଗୀତାଂଜଳୀ ସାହୁ,ସାମ୍ବାଦିକ ଯଶୋବନ୍ତ ପାତ୍ର, ସୁବାସ ସାମଲ,ଧୀରେନ ମିଶ୍ର,ବିଚିତ୍ର ମୋହନ ପଟ୍ଟନାୟକ,ରବିନ୍ଦ୍ର ନାଥ ବାରିକ,ସୁବାସ ଚନ୍ଦ୍ର ଖୁଂଟିଆ ଙ୍କ ସମେତ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିଲିପ ସାହୁ,କରୁଣାକର ବରାଳ,ତପନ ସଢ଼ଙ୍ଗୀ, ରଂଜନ ଓଝା ପ୍ରମୁଖ ଉପସ୍ଥିତ ହୋଇ ଏହି କବିତା ପୁସ୍ତକ ଉନ୍ମୋଚନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.