ଗରଦପୁର, ୧୯/୧୧/୨୦୨୧(ଓଡ଼ିଶା ସମାଚାର)- ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧିଙ୍କ ଜନ୍ମ ଜୟନ୍ତୀ ପାଟକୁରା କଂଗ୍ରେସ ପକ୍ଷରୁ ବନ୍ଧସାହିସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ପାଳିତ ହୋଇ ଯାଇଛି । ପୂର୍ବତନ ଜିଲାପରିଷଦ ସଭ୍ୟ ରଘୁନାଥ ସତପଥି ଙ୍କ ସଭାପତିତ୍ୱରେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଯୋଗଦେଇ ଇନ୍ଦିରାଗାନ୍ଧିଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ଏଥି ସହିତ ସ୍ୱର୍ଗୀୟା ଗାନ୍ଧିଙ୍କ ଗୁଣ ଗାନ କରାଯିବା ସହ କଂଗ୍ରେସ ଦଳର କାର୍ଯ୍ୟକ୍ରମ ସମ୍ପର୍କରେ କଂଗ୍ରେସ ନେତା ଶ୍ରୀ କାନୁନଗୋ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା କଂଗ୍ରେସ କମିଟି ଉପସଭାପତି ନୀରଂଜନ ରାଉତ, ଦୟାନିଧି ଜେନା,ସମ୍ପାଦକ ସଂଗ୍ରାମ ପୃଷ୍ଟି, ପୂର୍ବତନ ସମିତି ସଭ୍ୟ ଗୋବର୍ଦ୍ଧନ ସାହୁ, ଗୟାଧର ପ୍ରଧାନ,ରଂଜନ ପରିଜା,ରମାକାନ୍ତ ସ୍ୱାଇଁ, ସୁଦାମ ବାରିକ,ଅଜୟ କୁମାର ମଲିକ,ଶଙ୍କର୍ଷଣ ମଲିକ,ଫକୀର ଲେଙ୍କା ଙ୍କ ସମେତ ଗରଦପୁର,ଡ଼େରାବିଶି ଓ ମାର୍ଶାଘାଇ ବ୍ଲକ୍ ର ବିଭିନ୍ନ ପଂଚାୟତରୁ ଆସିଥିବା କଂଗ୍ରେସ କର୍ମୀମାନେ ସ୍ୱର୍ଗୀୟା ଗାନ୍ଧିଙ୍କ ଫଟୋ ଚିତ୍ରରେ ପୁଷ୍ପଅର୍ଘ୍ୟ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର