କେନ୍ଦ୍ରାପଡ଼ା, ୧୯/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର ଜିଲ୍ଲାର ୩ଟି ଥାନାରେ ନୂତନ ଆଇଆଇସିଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ସେହି ଅନୁଯାଇ କେନ୍ଦ୍ରାପଡା ଟାଉନ ଥାନାରେ ନୂତନ ଥାନା ଅଧିକାରୀ ଭାବେ ଗୌରାଙ୍ଗ ପୃଷ୍ଟି ଯୋଗଦେଇଥିବା ବେଳେ ନିକିରାଇ ଥାନାରେ କାଦମ୍ବିନୀ ପରିଡା ଓ ରାଜକନିକା ଥାନାରେ ବିଲ୍ୱମଙ୍ଗଳ ସେଠୀ ଥାନା ଅଧିକାରୀ ଭାବେ ଆଜି ଯୋଗଦେଇଛନ୍ତି । ଇନସପେକ୍ଟର ଶ୍ରୀ ପୃଷ୍ଟି ପୁରୀ ଜିଲ୍ଲାରୁ ବଦଳି ହୋଇ ଆସି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ପୂର୍ବରୁ ଯୋଗଦେଇଥିଲେ । ଟାଉନ ଥାନାରେ ସବଇନସପେକ୍ଟର ଥିବା ଶ୍ରୀମତୀ ପରିଡା ନିକଟରେ ଇନସପେକ୍ଟର ପଦବୀକୁ ପଦୋନ୍ନତି ପାଇଥିଲେ । ପଟ୍ଟାମୁଣ୍ଡାଇ ଥାନା ଅଧିନ ଚଉଦକୁଲାଟ ଫାଣ୍ଡିରେ ସବଇନସପେକ୍ଟର ଥିବା ଶ୍ରୀ ସେଠୀ ଇନସପେକ୍ଟର ପଦବୀକୁ ନିକଟରେ ପଦୋନ୍ନତି ପାଇଥିଲେ । ଓଡ଼ିଶା ସମାଚାର
Check Also
ଓଡ଼ିଶା ହାଇକୋର୍ଟ ର ଆଉ ଦୁଇ ନୂଆ ବିଚାରପତି
କଟକ, ୧୨/୦୮: ଓଡ଼ିଶା ହାଇକୋର୍ଟକୁ ମିଳିଲେ ଦୁଇ ନୂଆ ବିଚାରପତି । ଦୁଇ ନୂଆ ବିଚରପତିଙ୍କୁ ଆଜି ନିଯୁକ୍ତି କରାଯାଇଥିବା …