Wednesday , December 8 2021
Home / ବିଶେଷ / ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଦୁଇଜଣ ଚାଲାଣକାରୀ ଗିରଫ

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଦୁଇଜଣ ଚାଲାଣକାରୀ ଗିରଫ

ବାଲିଗୁଡ଼ା, ୧୯/୧୧/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଗ୍ରାହକ ବେଶରେ ବଜ୍ରକାପ୍ତା ଚାଲାଣକାରୀଙ୍କୁ ମାଡ଼ି ବସିଲା ଏସଟିଏଫ୍‌ ଓ ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ । ଚାଲାଣକାରୀଙ୍କ ନିକଟରୁ ୧୧କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ଏସଟିଏଫ୍‌ ଓ ବନବିଭାଗ । ସୂଚନା ପ୍ରକାରେ ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ଜକିକିଆ ଦେଇ ବଜ୍ରକାପ୍ତା ଚାଲାଣ ହେବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ବନବିଭାଗ । ଏହାପରେ ଏସଟିଏଫ୍‌ ସହ ଯୋଗାଯୋଗ କରି ଗଠନ ହୋଇଥିଲା ଏକ ସ୍ୱତନ୍ତ୍ର ଟିମ୍‌ । ବୁଧବାର ବିଳମ୍ବିତ ରାତିରେ ଜକିକିଆ ନିକଟରେ ଚାଲାଣକାରୀଙ୍କ ଅପେକ୍ଷାରେ ଗ୍ରାହକ ବେଶରେ ଜଗି ବସିଥିଲା ଏସଟିଏଫ୍‌ ଓ ବନ ବିଭାଗର ଟିମ୍‌ ।ଏହାପରେ ଚାଲାଣକାରୀଙ୍କ ସହ ଗ୍ରାହକଙ୍କ ଭଳି ମୁଲଚାଲ କରି ଜିଅନ୍ତା ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଦୁଇଜଣ ଚାଲାଣକାରୀଙ୍କୁ ଗିରଫ କରି କେଶ ନଂ.୪/୨୧ ପ୍ରକାରେ ଏକ ମାମଲା ରୁଜୁ କରି  ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ । ଗିରଫ ଦୁଇ ଅଭିଯୁକ୍ତ ସୁଡ୍ରା ସନୁବାଡି ଗ୍ରାମର ଶିବାନନ୍ଦ ମଲ୍ଲିକ ଏବଂ ବାରଖମା ଗ୍ରାମର ରାଷ୍ଟ୍ର ଭୋଇ ହୋଇଥିବା ଜଣାପଡ଼ିଛି । ନିଜ ଅଞ୍ଚଳରୁ ବଜ୍ରକାପ୍ତା ଆଣି ଚାଲଣ କରୁଥିବା ବେଳେ ଧରାପଡ଼ିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଓଡିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *