Friday , June 2 2023
Breaking News
Home / ବିଶେଷ / ଜାତୀୟ ସଫେଇ କର୍ମଚାରୀ କମିସନଙ୍କ ଦିନିକିଆ ପାରାଦୀପ ଗସ୍ତ

ଜାତୀୟ ସଫେଇ କର୍ମଚାରୀ କମିସନଙ୍କ ଦିନିକିଆ ପାରାଦୀପ ଗସ୍ତ

ପାରାଦୀପ,୧୯/୧୧/୨୦୨୧(ଓଡ଼ିଶା ସମାଚାର)- ଜାତୀୟ ସଫେଇ କର୍ମଚାରୀ କମିସନ୍ ର ମାନ୍ୟବର ସଦସ୍ୟ ଡ. ପି.ପି.ଭାଭା ଗୁରୁବାର ଦିନ ଦିନିକିଆ ପାରାଦୀପ ବନ୍ଦର ଗସ୍ତରେ ଆସିଥିଲେ । ପାରାଦୀପ ବନ୍ଦର ପ୍ରଶାସନିକ ଭବନରେ ପହଂଚିବା ପରେ ବନ୍ଦରର ସଚୀବ ଡ.ପି.ଏନ୍. ବେହେକର ତାଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ । ଏହା ପରେ ପ୍ରଶାସନିକ ଭବନର ବୋର୍ଡ ରୁମ୍ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ମାନ୍ୟବର ସଦସ୍ୟ ଡ.ଭାଭା ବିଭିନ୍ନ ଟ୍ରେଡ୍ ୟୁନିୟନ ଓ ସଂଘର ସଦସ୍ୟ ଓ କର୍ମକର୍ତାମାନଙ୍କ ସହିତ ସଫେଇ କର୍ମଚାରୀମାନଙ୍କ ସଂପର୍କରେ ଆଲୋଚନା କରିଥିଲେ । ଏହା ପରେ ମାନ୍ୟବର ସଦସ୍ୟ ଡ.ଭାଭା, ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି.ଏଲ୍.ହାରାନାଦ୍ ଏବଂ ବନ୍ଦରର ବିଭାଗୀୟ ମୁଖ୍ୟ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ବନ୍ଦର ଅଧ୍ୟକ୍ଷ ସଫେଇ କର୍ମଚାରୀମାନଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ମାନ୍ୟବର ସଦସ୍ୟ ଡ.ଭାଭା ପାରାଦୀପ ବନ୍ଦର ପକ୍ଷରୁ ସରକାରଙ୍କ ନିର୍ଦ୍ଧାରିତ ସୁବିଧା ସୁଯୋଗ ଦିଆଯାଉଥିବା ଜାଣି ଖୁସି ବ୍ୟକ୍ତ କରିଥିଲେ । ଏହା ପରେ ସେ ପାରାଦୀପ ବନ୍ଦର ପୋତାଶ୍ରୟ ଅଂଚଳ ପରିଦର୍ଶନ କରିଥିଲେ ବୋଲି ପାରାଦୀପ ବନ୍ଦର ପକ୍ଷରୁ ପ୍ରେସ୍ ଇସ୍ତାହାରରୁ ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.