କେନ୍ଦ୍ରାପଡା ୧୯/୧୧/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା ବାଲିଯାତ୍ରା କମିଟି ପକ୍ଷରୁ ସ୍ଥାନୀୟ ବାଲିଯାତ୍ରା ପଡିଆ ନୂଆବସଷ୍ଟାଣ୍ଡ ସନ୍ନିକଟ ଗୋବରୀ ନଦୀ ପଠା ପରିସରରେ ପୁରାଣ ପ୍ରସିଦ୍ଧ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟିର ୫ମ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ କମିଟି ସମ୍ପାଦକ ସଂଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ-୧୯ ନିୟମ ଅନୁପାଳନ ପୂର୍ବକ ଏହି ଉତ୍ସବ ପାଳନ କରାଯାଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇଥିବା ବେଳେ ଜିଲ୍ଲା ଓକିଲ ସଂଘର ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ସେକ ଅଜିମୁଦ୍ଧିନ, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, କମିଟିର ଉପସଭାପତି ଧିରେନ୍ଦ୍ର କୁମାର ଦାସ, ଉପଦେଷ୍ଟା ଆଇନଜୀବୀ ରମଣୀ ରଂଜନ ରାଉତରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିଟିର କୋଷାଧ୍ୟକ୍ଷ ମନୋରଂଜନ ତ୍ରିପାଠୀ,ଉପଦେଷ୍ଟା ଶ୍ରୀଧର କୁମାର ମହାନ୍ତି, ସମ୍ପାଦକ ମହମ୍ମଦ ଜାହିଦ ଖାନ, ଶିକ୍ଷାବିତ ଶୁଭ୍ରାଂଶୁ କୁମାର ଦାସ, ଅଶୋକ ସାହୁ, ଅକ୍ଷୟ ପ୍ରିୟ ଦାସ, ସତ୍ୟବ୍ରତ ସିଂ,
ସତ୍ୟପ୍ରିୟ ଦାସ, ରଂଜନ କୁମାର ପଣ୍ଡା, ଟୁଟୁ ଗେରୁ, ମାନସ ରଂଜନ ଧଳ, ନିରଞ୍ଜନ ବଳ, ରାମଚନ୍ଦ୍ର ବାରିକ, ମୃତ୍ୟୁଞ୍ଜୟ ସାହୁ, ଲୋପାମୁଦ୍ରା ବାରିକ, ନାଏବ ସରପଂଚ ସୁଜାତା ସାହୁ, କୈଳାସ ଚନ୍ଦ୍ର ଗେରୁ, ସେକ ଚନ୍ଦନ, ଦେବେନ୍ଦ୍ର ଗେରୁ, କ୍ଷୀରୋଦ କୁମାର ଦାସ, ଲକ୍ଷ୍ମୀଧର ରାଉଳ, ହଳଧର ସାହୁ, ଉମାକାନ୍ତ ନାୟକ, ତ୍ରିଲୋଚନ ଦାସ, ଚିନ୍ମୟୀ ଗେରୁ, ଦୁର୍ଯେ୍ୟାଧନ ଗେରୁ, ରାଜା ଖାଁ, ଲାଲ ବାବୁ, ନକୁଳ ପାତ୍ର, ମହେଶ୍ୱର ବେହେରା, ଦୀପକ ପ୍ରଧାନ, ବିବେକାନନ୍ଦ ସାହୁ, ପ୍ରଦିପ କୁମାର ସାହୁ, ମହେନ୍ଦ୍ର ଆଚାର୍ଯ୍ୟ, ଚନ୍ଦ୍ରଭାନୁ ରାଉତ, ଚନ୍ଦ୍ରମଣୀ ମଲ୍ଲିକ, ତୁଳସୀ ମଲ୍ଲିକ, ଶରତ ବେହେରା, ରାଜୁ କୁବେର, ଗୁଲନଗର ସରପଂଚ ପିତବାସ ବେହେରା, ମାଗୁଣୀ ଚନ୍ଦ୍ର ବେହେରା, ସୁରେଶ କୁମାର ସାହୁ, ପ୍ରଦୀପ ରଂଜନ ସାହୁ, ବାଉଁ ସେଠୀ, ଗେଲନ ଖାଁ, ଆନା ଖାଁ, ପ୍ରଦିପ କୁମାର ବିହାରୀ, ଆସିକ ଖାନ, ସେକ ୟୁସୁଫ, ସେକ ସୈାକତ ପ୍ରମୁଖ ଉପସ୍ଥିତ ଥିଲେ । ସର୍ବଶେଷରେ ପିତବାସ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର