କେନ୍ଦ୍ରାପଡ଼ା, ୧୯/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶନିବାର ୫-ଟି ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟକ୍ରମର ଭିଡିଓ କନଫରେନ୍ସିଂ ଯୋଗେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୁଡାନ୍ତ ପ୍ରସ୍ତୁତି ସଂପୂର୍ଣ୍ଣ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଶନିବାର ଅପରାହ୍ନରେ କେନ୍ଦ୍ରାପଡାରେ ପହଂଚିବେ । ଏଥିରେ ଜିଲ୍ଲାର ୫ଜଣ ବିଧାୟକଙ୍କ ସମେତ ସାଂସଦ, ଜିଲ୍ଲାପାଳ, କେନ୍ଦ୍ରାପଡା ବିଡିଓ, ପୌରନିର୍ବାହୀ ଅଧିକାରୀ, ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏତଦବ୍ୟତିତ ଏହି ଯୋଜନାରେ ସାମିଲ ହେବାକୁ ଥିବା ଜିଲ୍ଲାର ୩୦ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ, ମୋ ସ୍କୁଲ ଅଭିଯାନର କର୍ମକର୍ତା, ପୁରାତନ ଛାତ୍ର ସଂସଦର କର୍ମକର୍ତା ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସମାଚାର