କଳାହାଣ୍ଡି , ୧୯/୧୧/୨୦୨୧(ଓଡ଼ିଶା ସମାଚାର/ ସଂଜୟ ସିଂହ)- କଳାହାଣ୍ଡି ଜ଼ିଲ୍ଲା ଭବାନୀପାଟଣା ଡିଏଫଓ, ଅଫିସ ଠାରେ ଚାରି ଦିନ ର ବନ୍ୟଔଷଧୀୟ ଓ ଗ୍ରାମ୍ୟ ଜଙ୍ଗଲ କୁ ନେଇ ଔଷଧ ଉପରେ ଆଲୋଚନା କରାଯାଇଛି । ଗଛ ଆମର ଜୀବନ ସଦୃଶ, ଗଛ ହିଁ ଜୀବନ, ଆମର ଗାଁ ଚାରିପଟେ ବିଭିନ୍ନ ପ୍ରକାର ଗଛ ରହିଛି । ମଣିଷ ଚି଼ହ୍ନିପାରିଲେ ମଣିଷ ସମାଜ ର କାମରେ ଲାଗିବ । ମଣିଷ ସୁଖ, ସ୍ୱାସ୍ଥ୍ୟ, ଉପଭୋଗ, ହୋଇପାରିବ ବୋଲି ଉକ୍ତ ଚାରିଦିନିଆ ଶିବିର ରେ ବିଭିନ୍ନ ପ୍ରଫେସର ମାନେ ତାଙ୍କ ମତଦେଇଥିଲେ । ଉକ୍ତ କାର୍ୟ୍ୟକ୍ରମ ରେ କଳାହାଣ୍ଡି ଜ଼ିଲ୍ଲା ର ଆୟୁର୍ବେଦିକ ଡାକ୍ତର ମାନେ ବିଭିନ୍ନ ମତାମତ ଦେଇଥିଲେ । ଉକ୍ତ କାର୍ୟ୍ୟକ୍ରମ ରେ ଭବାନୀପାଟଣା ଆୟୁର୍ବେଦିକ ସଂଘ, ଜିଲ୍ଲାପାଳ, ଡିଏଫଓ, ଏସିଏଫ ଜଙ୍ଗଲ ଭିଭାଗ କର୍ମଚାରୀ ମାନେ ଯୋଗ ଦେଇଥିଲେ ଓ ଅନ୍ୟ ଆୟୁର୍ବେଦିକ ସଂସ୍ଥା ର ଲୋକେ ମାନେ ଯୋଗ ଦେଇଥିଲେ । ଉକ୍ତ ଶିବିରରେ ବହୁ ଔଷଧଗଛ ଉପରେ ଆଲୋଚନା କରାଯାଇଥିଲା । ଏହି ଶିବିରରେ ମହାନ କବିରାଜ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଆଗାମୀଦିନ ରେ କଳାହାଣ୍ଡି ଜିଲ୍ଲା ରେ ଆୟୁର୍ବେଦ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ଡାଇରେକ୍ଟର ମାନେ ମତାମତ ଦେଇଥିଲେ । ଓଡିଶା ସମାଚର