Sunday , October 1 2023
Home / ପର୍ଯ୍ୟଟନ ଓ ସଂସ୍କୃତି / କଟକ ସଦର ଅଞ୍ଚଳରେ ପବିତ୍ର ମହା କାର୍ତ୍ତିକ ର ‘ ଆ କା ମା ଭୈ’

କଟକ ସଦର ଅଞ୍ଚଳରେ ପବିତ୍ର ମହା କାର୍ତ୍ତିକ ର ‘ ଆ କା ମା ଭୈ’

କଟକ ସଦର, ୧୯/୧୧/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କଟକ ସଦର କନ୍ଦରପୁର,୪୨ ମୈ।ଜା,କିଶନନଗର,ଵିଲହାଟ,ନେମାଳ ପ୍ରଭୃତି ଅଞ୍ଚଳରେ ଧର୍ମ ମାସ ମହା କାର୍ତ୍ତିକ ପୂର୍ଣ୍ଣିମାକୁ ଆଜି ଶୁକ୍ରବାର ପ୍ରତ୍ୟୁଷରୁ ମହାଆଡମ୍ବର ସହକାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳନ କରାଯାଇଛି। ପ୍ରତ୍ୟୁଷରୁ ଆଵାଳ ବୃଦ୍ଧ ବନିତା ମାନେ ନୈ। ବାଣିଜ୍ୟ କୁ ସ୍ମରଣ କରି ନଦୀ ନାଳ ପୁଷ୍କରିଣୀ ରେ କଦଳୀ ପାଟୁକା ଓ ଅନ୍ୟାନ୍ୟ ରଙ୍ଗବେରଙ୍ଗ ର ଡଙ୍ଗା ଭସାଇ ଶୁଭ ମନାସି ଛନ୍ତି।ତୂଳସୀ ଚଉରା ମୂଳେ ରଙ୍ଗବେରଙ୍ଗ ର ମୁରୁଜ ପକାଇ ପୂଜାର୍ଚ୍ଚନା କରିଵା ସହିତ ମଠ ମନ୍ଦିର ମାନଙ୍କରେ ପୂଜା କରିଥାନ୍ତି। କିମ୍ବଦନ୍ତୀ ଅନୁଯାୟୀ ହିନ୍ଦୁ ଧର୍ମରେ କାର୍ତ୍ତିକ ମାସ ପବିତ୍ରତମ। ଆମ ସାଂସ୍କୃତିକ ପରମ୍ପରା ଓ ଧର୍ମ ବିଶ୍ବାସ ସହିତ କାର୍ତ୍ତିକ ମହା ବ୍ରତର ମାହାତ୍ମ୍ୟ ଜଡିତ। ସ୍କନ୍ଦ ପୁରାଣ,ପଦ୍ମ ପୁରାଣ,ନାରଦ ପୁରାଣରେ କାର୍ତ୍ତିକ ମାହାତ୍ମ୍ୟ ଵାଵଦରେ ଵର୍ଣ୍ଣନା ରହିଛି।ଉଭୟ ଧର୍ମ ଓ କର୍ମ ପାଇଁ ଏହି ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହେମନ୍ତ ପ୍ରକୃତିର ମେଘମୁକ୍ତ ଆକାଶ ତଳେ ଧରଣୀ ରାଣୀ ପାର୍ବତୀ ନନ୍ଦନ କାର୍ତ୍ତିକେୟ ଙ୍କ ବନ୍ଦନାରେ ଆତ୍ମଵିସ୍ମୃତ ହୋଇଉଠେ। ଆକାଶଦୀପ ପ୍ରତିଷ୍ଠା ପବିତ୍ର କାର୍ତ୍ତିକ ଵ୍ରତର ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଅବଦାନ। ଓଡ଼ିଶାର ଆଚାର ବିଚାର ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ କାର୍ତ୍ତିକ ପୂର୍ଣ୍ଣିମା ଵା ରାସ ପୂର୍ଣ୍ଣିମା ଅଙ୍ଗାଙ୍ଗି ଭାଵେ ଜଡ଼ିତ। ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ନିଵିଡ ଭାଵେ ସମ୍ପୃକ୍ତ।ଏହି ଦିନ ମହାଦେବ ତ୍ରିପୁରାସୁର ନାମକ ଅସୁରକୁ ଵଧ କରିଥିଲେ।ଏହି ଦିଵସରେ ଶିଵ ଓ ଵିଷ୍ଣୁଙ୍କୁ ପୂଜା କରିବ ସହ ଦାନ ଧର୍ମ କଲେ ଅଶେଷ ପୂଣ୍ୟ ଲାଭ ହୋଇଥାଏ ଵୋଲି ପୁରାଣରେ ବର୍ଣ୍ଣିତ ହୋଇଛି। ଏଥିପାଇଁ ସାରା ଦିନ ସବୁଆଡେ ସଂକିର୍ତନ ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖାଯାଉଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *