କଟକ ସଦର, ୧୯/୧୧/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ଆଜି ଶୁକ୍ରବାର ମହା କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଭାଜପା କଟକ ନଗର ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ)ପକ୍ଷରୁ ମହାନଦୀର କଟକ ଧବଳେଶ୍ଵର ଡଙ୍ଗା ଘାଟ ଠାରେ ପ୍ରତୀକାତ୍ମକ ଵୋଇତ ଵନ୍ଦାଣ କାର୍ଯ୍ୟକ୍ରମ ନଗର ସଭାପତି ଲଲାଟେନ୍ଦୁ ଵଡୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ କେନ୍ଦ୍ର ଜଳଶକ୍ତି, ଆଦିବାସୀ ବ୍ୟାପାର ମନ୍ତ୍ରୀ ଵିଶେଶ୍ୱର ଟୁଡୁ,ନମାମି ଗଙ୍ଗେ ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ,ନୟନ କିଶୋର ମହାନ୍ତି,ପ୍ରଦୀପ ପଟ୍ଟନାୟକ,ଵ୍ରଜେଶ ରାୟ, ହୃଷିକେଶ ଜେନା,ଅଶୋକ ରଥ, ସ୍ମୃତି ପଟ୍ଟନାୟକ, ରଶ୍ମିରେଖା ଦାସ,ସଂଜୟ ଜେନା,ସଂଜିଵ ରଣା ପ୍ରମୁଖ ଵହୁ କାର୍ଯ୍ୟକର୍ତ୍ତା ଯୋଗ
ଦେଇଥିଲେ।ଵାଵା ଶ୍ରୀ ମାନସ ଚୈତନ୍ୟ ମହାନଦୀ ଆରତୀ ପରେ ପ୍ରତୀକାତ୍ମକ ଭାବେ ଵୋଇତ ଵନ୍ଦାଣ କାର୍ଯ୍ୟକ୍ରମ କରାଇଥିଲେ। ମୂଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ଟୁଡୁ ନଦୀ ଵେଷ୍ଟିତ କଟକର ପ୍ରାକୃତିକ ପରିବେଶ କୁ ଭୂୟସୀ ପ୍ରଶଂସା କରି ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିର ଅଭାଵ କାରଣରୁ ଏହାର ବିକାଶ ହୋଇ ପାରୁନାହିଁ ବୋଲି କହିଥିଲେ। ଵିପୁଳ ଜଳ ସଂପଦ ଓ ନଦୀ ପଠାର ଅବାଞ୍ଛିତ ବ୍ୟବହାର ଉପରେ ରୋକ୍ ଲଗାଇ କଟକର ସୈ।ନ୍ଦର୍ଯ୍ୟ ଏବଂ ଜଳଶକ୍ତି ଭିତ୍ତିଭୂମି ର ଵିକାଶ କରାଇଵାକୁ କେନ୍ଦ୍ର ମନ୍ତ୍ରୀ ଙ୍କ ନିକଟରେ ବକ୍ତାମାନେ ବକ୍ତବ୍ୟରେ କହିଥିଲେ। ନମାମି ଗଙ୍ଗେ କଟକ ସଂଯୋଜକ ନାରାୟଣ ପ୍ରସାଦ ମହାନ୍ତି,ସହ ସଂଯୋଜକ ଦୂର୍ଯେ୍ୟାଧନ ଲେଙ୍କା,ରମେଶ ଦାସ, ଶ୍ୟାମସୁନ୍ଦର ସାହୁ,ମିଲନ ଵଡୁ, ଭି ସ୍ୱ।ତି ପ୍ରମୁଖ ଵହୁ କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ହୋଇଥିଲେ। ଓଡ଼ିଶା ସମାଚାର
Home / ବିଶେଷ / କଟକ ନଗର ଵିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ପକ୍ଷରୁ ପ୍ରତୀକାତ୍ମକ ଵୋଇତ ଵନ୍ଦାଣ କାର୍ଯ୍ୟକ୍ରମ