Friday , September 29 2023
Breaking News
Home / ବିଶେଷ / ସଂସ୍କୃତି ସୁରକ୍ଷା ସଂଗଠନର ମୁରୁଜ ପ୍ରତିଯୋଗିତା

ସଂସ୍କୃତି ସୁରକ୍ଷା ସଂଗଠନର ମୁରୁଜ ପ୍ରତିଯୋଗିତା

କଟକ ସଦର, ୧୮/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ସ୍ଥାନୀୟ ଉତ୍ତର ଶାସନ ପଞ୍ଚାୟତ ମଧ୍ୟ ଶାସନ ମା’ଯାଗେଶ୍ୱରୀଙ୍କ ପ୍ରାଙ୍ଗଣରେ ପବିତ୍ର ପଞ୍ଚକ ଉପଲକ୍ଷେ ସଂସ୍କୃତି ସୁରକ୍ଷା ସଂଗଠନ ପକ୍ଷରୁ ମୁରୁଜ ପ୍ରତିଯୋଗିତା ଆଜି ବୁଧବାର ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ସଂଗଠନର ସଭାପତି ଅନନ୍ତ ଚରଣ ଦଳାଇଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ଵିତରଣ ସଭାରେ ଶିକ୍ଷାବିତ୍ ଉତ୍ତମ ଚରଣ ଦାସ,ଆଷାଢ ସାହିତ୍ୟ ସଂସଦ ର ସଭାପତି କଵି ପୀତାମ୍ବର ମହାପାତ୍ର,ମହାଵୀର ଲାଇବ୍ରେରୀ ର ସଭାପତି ଅକ୍ଷୟ କୁମାର ବ୍ରହ୍ମା ପ୍ରମୁଖ ଅତିଥି ଭାଵେ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପ୍ରଶଂସା ପତ୍ର ଓ ଅର୍ଥ ରାଶି ପ୍ରଦାନ କରିଥିଲେ।ସଂଗଠନର ସଂପାଦକ ଭରତ ଚନ୍ଦ୍ର ମାଝି ବିବରଣୀ ପ୍ରଦାନ କରିଥିବା ବେଳେ ପରିଚାଳନା ରେ ପଣ୍ଡିତ ଗୁରୁ ପ୍ରସାଦ ରଥ, ଉମାକାନ୍ତ ରଥ,ଵିଭୂ ପ୍ରସାଦ ଦାସ,ରାଜେଶ ଦାସ,ପ୍ରେମାଞ୍ଜଳି ପଣ୍ଡା, ସୁଶାନ୍ତି ପଣ୍ଡା,ପ୍ରମୋଦ ଵାଘୀ,ସୁଵୋଧ ଚନ୍ଦ୍ର ପଣ୍ଡା ପ୍ରମୁଖ ସହାୟତା କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *