Monday , November 29 2021
Breaking News
Home / ବିଶେଷ / ଶ୍ରୀଶ୍ରୀ କାକଟ ମଙ୍ଗଳା କ୍ଲବ୍ ପକ୍ଷରୁ ଆଦର୍ଶ ଶିକ୍ଷକ ଲକ୍ଷ୍ମୀନାରାୟଣ ଦାସଙ୍କୁ ଭାବପୂର୍ଣ ଶ୍ରଦ୍ଧାଞ୍ଜଳି

ଶ୍ରୀଶ୍ରୀ କାକଟ ମଙ୍ଗଳା କ୍ଲବ୍ ପକ୍ଷରୁ ଆଦର୍ଶ ଶିକ୍ଷକ ଲକ୍ଷ୍ମୀନାରାୟଣ ଦାସଙ୍କୁ ଭାବପୂର୍ଣ ଶ୍ରଦ୍ଧାଞ୍ଜଳି

ଉତମ ଶିକ୍ଷା ଓ ସଂସ୍କାର ଜରିଆରେ ମୂଲ୍ୟବୋଧ ଭିତିକ ସମାଜ ଗଠନ ଥିଲା ତାଙ୍କର ଲକ୍ଷ୍ୟ
କେନ୍ଦ୍ରାପଡ଼ା, ୧୮/୧୧/୨୦୨୧(ଓଡ଼ିଶା ସମାଚାର)- ଉତମ ଶିକ୍ଷା ଓ ସଂସ୍କାର ଜରିଆରେ ମୂଲ୍ୟବୋଧ ଭିତିକ ସମାଜ ଗଠନ ଥିଲା ଆଦର୍ଶ ଶିକ୍ଷକ ଲକ୍ଷ୍ମୀନାରାୟଣ ପ୍ରସାଦ ଦାସଙ୍କ ଜୀବନର ମୂଳ ଲକ୍ଷ୍ୟ । ସେଥିପାଇଁ ସେ ପ୍ରଥମେ ନିଜକୁ ପ୍ରସ୍ତୁତ କରିବା ସହିତ ନିଜ ପରିବାରକୁ ଗଠନ କରିଥିଲେ । ଫଳରେ ତାଙ୍କର ଜୀବନାଦର୍ଶ କେବଳ ଯେ ଛାତ୍ରଛାତ୍ରୀ ଙ୍କୁ ପ୍ରଭାବିତ କରିଥିଲା ତାହା ନୁହେଁ ସାମାଜିକ ଜନଜୀବନକୁ ଅନେକାଂଶରେ ପ୍ରଭାବିତ କରିଥିଲା । ପ୍ରଚଣ୍ଡ ଈଶ୍ୱର ବିଶ୍ୱାସୀ ସ୍ଥିତପ୍ରଜ୍ଞ ଲକ୍ଷ୍ମୀନାରାୟଣ ସାର୍ ଙ୍କ ନିକଟରୁ କେହି କେବେ ବିରକ୍ତି , ହିଂସା , କ୍ରୋଧ , ନିରାଶା , ଅସହିଷ୍ନୁତା ଆଦିର ଝଲକ ଦେଖିବାକୁ ପାଇନଥିଲେ । ସମସ୍ତଙ୍କୁ ଅନାବିଳ ସ୍ନେହ ଓ ଆତ୍ମୀୟତା ରେ ବଶିଭୂତ କରି ସୁସ୍ଥ ସମାଜ ପାଇଁ ସେ ଯେ କେବଳ ମାର୍ଗ ଦର୍ଶନ କରୁଥିଲେ ତାହା ନୁହେଁ ନିଜେ ଅନେକ ଉଦାହରଣ ସୃଷ୍ଟି କରିଥିଲେ । ଜିଲ୍ଲାର ସର୍ବପ୍ରାଚୀନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀଶ୍ରୀ କାକଟ ମଙ୍ଗଳା କ୍ଲବ୍ ର ସଭାପତି ଭାବେ ସେ ନିଜର ସ୍ୱଚ୍ଛତା , କର୍ତବ୍ୟ ନିଷ୍ଠା ଓ ସାଂଗଠାନିକ ଦକ୍ଷତା ର ମଧ୍ୟ ପ୍ରମାଣ ଦେଇଥିଲେ । ଆଧ୍ୟାତ୍ମିକତା ତଥା ଭଗବତ୍ ପ୍ରେମ ଜରିଆରେ ପ୍ରତ୍ୟେକଙ୍କୁ ବାନ୍ଧିରଖି ସାମାଜିକ ଜୀବନକୁ ସରସ , ସୁନ୍ଦର ଓ ଶୃଙ୍ଖଳିତ କରିବାପାଇଁ ଭାଗବତ ପାରାୟଣ , ରାମଚରିତ ମାନସ ଭଳି ସମାରୋହର ସେ ସାଜିଥିଲେ ପୃଷ୍ଟପୋଷକ । ଏହି ମାଟିର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କର ସେ ଥିଲେ ପରମ ଭକ୍ତ । ଜଣେ ସାଧାରଣ ମଣିଷ ଭଳି ଦେଖାଯାଉଥିବା ଲକ୍ଷ୍ମୀନାରାୟଣ ସାର୍ ତାଙ୍କ ଜୀବନ କାଳରେ ଯେଉଁ ଅସାଧାରଣ ବ୍ୟକ୍ତିତ୍ୱର ପରିଚୟ ଦେଇଯାଇଛନ୍ତି ତାହା ବିରଳ । ତାଙ୍କର ବିୟୋଗ କେନ୍ଦ୍ରାପଡ଼ା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ତାଙ୍କ ପ୍ରତି ଭାବପୂର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସ୍ମୃତିଚାରଣ କରିବା ଅବସରରେ ବିଭିନ୍ନ ବର୍ଗର ବ୍ୟକ୍ତି ମତପ୍ରକାଶ କରିଛନ୍ତି । ଶ୍ରୀଶ୍ରୀ କାକଟ ମଙ୍ଗଳା କ୍ଲବ୍ ପକ୍ଷରୁ ଗତ ବୁଧବାର ସଂଧ୍ୟାରେ ସଭାପତି ଉମେଶ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସମାରୋହରେ ବିଶିଷ୍ଟ ସମାଜସେବୀ ଶୈଳେନ୍ଦ୍ର ନାରାୟଣ ଦାସ , ପ୍ରଫୁଲ୍ଲ କୁମାର ସାହୁ , କୈଳାଶ ଚନ୍ଦ୍ର ମହାନ୍ତି , ଗଣେଶ ଚନ୍ଦ୍ର ସାମଲ , କ୍ଷୀରୋଦ ପ୍ରସାଦ ସିଂହ , ହାଡ଼ିବନ୍ଧୁ ସିଂହ , ପଦ୍ମଲୋଚନ ବେହେରା, ଭଗବାନ ମୁଦୁଲି , ନାରାୟଣ ସାହୁ , ଅରୁଣ କୁମାର ସାହୁ , ଅକ୍ଷୟପ୍ରିୟ ଦାସ , କମଳାକାନ୍ତ ରାଉତ , ଉମାକାନ୍ତ ସିଂହ , ବସନ୍ତ କୁମାର ସାହୁ , ସୂର୍ଯ୍ୟକାନ୍ତ ରାଉତ , ଅଭିମନ୍ୟୁ ନାୟକ , ନାରାୟଣ ସିଂହ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭ ରେ ଲକ୍ଷ୍ମୀନାରାୟଣ ସାର୍ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାଥମିକ ଶିକ୍ଷା ସଚେତନତା ପାଇଁ ଗୁଞ୍ଜରଣ ଯାତ୍ରା

ବାଲିଗୁଡା,୨୮/୧୧ /୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସ୍ତରୀୟ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା …

Leave a Reply

Your email address will not be published. Required fields are marked *