Wednesday , October 4 2023
Breaking News
Home / ବିଶେଷ / ଶରତରାସ ଓ କାର୍ତିକେଶ୍ୱର ପୁଜାରେ ଭୁଷଳ ଉତ୍ସବମୁଖର

ଶରତରାସ ଓ କାର୍ତିକେଶ୍ୱର ପୁଜାରେ ଭୁଷଳ ଉତ୍ସବମୁଖର

ଭୁବନ,୧୮/୧୧/୨୦୨୧(ଓଡ଼ିଶା ସମାଚାର)- ଭୁବନ ନିକଟସ୍ଥ ଭୂଷଳ ଗ୍ରାମର ପାରମ୍ପରିକ ଶରତରାସ ଯାତ୍ରା ଓ କାର୍ତିକେଶ୍ୱର ପୁଜା କୋଭିଡ ନିୟମାବଳୀକୁ ପାଳନ କରି ଅନୁଷ୍ଠିତହେଉଛି ।କାର୍ତିକ ଶୁକ୍ଳଏକାଦଶୀ ତିଥୀରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ପୂର୍ଣ୍ଣମୀ ଦିନ ଉଦଯାପିତହେବ । ଭଗବାନ ଶ୍ରୀକୃଷ୍ଣ ରାସେଶ୍ୱରୀ ଶ୍ରୀରାଧାଙ୍କ ସହ ବୃନ୍ଦାବନର କୁଞ୍ଜକାନନରେ ରାସ ରଚନା କରିଥିଲେ ।ସେହି ମଧୁର ପ୍ରତିଛବିକୁ ଭୂଷଳ ରରାସକୁଞ୍ଜ ମାନଙ୍କରେ ଉପସ୍ଥାପନା କରାଯାଉଛି । ରାଧାକୃର୍ଷ୍ଣଙ୍କ ଅମୃତପ୍ରେମ କଥାକୁ ସଚିତ୍ର ଆକାରରେ ବିଭିନ୍ନ ରାସକୁଞ୍ଜରେ ଗାନ କରାଯାଉଛି ।ସ୍ଥାନୀୟ କଳାକାରମାନଙ୍କୁ ନେଇ ନୃତ୍ୟ ଗୀତ ମାଧ୍ୟମରେ ଏହା ପରିବେଷଣ କରାଯାଉଛି ।ଏହି ଅବସରରେ ପ୍ରତ୍ୟେକ ରାସ ମଣ୍ଡପରେ ରାଧାକୃର୍ଷ୍ଣଙ୍କ ତୈଳଚିତ୍ର ସ୍ଥାପନା କରାଯାଇଛି । ପ୍ରତ୍ୟହ ସଂନ୍ଦ୍ୟାରେ ତୁଳସୀ ବନ୍ଦନା, ଆକାଶ ଦୀପ ପ୍ରତିଷ୍ଠା, ମଙ୍ଗଳ ଆରତୀ ସହିତ ଭାଗବତର ଦଶମସ୍କନ୍ଦର ୩୦ ରୁ ୩୪ ଅଧ୍ୟ୍ୟାୟରେ ବର୍ଣିତ ରାସଲୀଳା କଳାକାର ମାନଙ୍କ ଦ୍ୱାରା ଉପସ୍ଥାପନା କରାଯାଉଛି । ଏଥି ସହିତ ଭଜନ କିର୍ତର୍ର୍ନ, ଭଜନ ସଂନ୍ଦ୍ୟା, କୃଷ୍ଣ କଥାଚରିତାମୃତ ଗ୍ରାମକୁ ଏକ ଆଧ୍ୟାତ୍ମିକ ପରିବେଶରେ ପରିଣତ କରିଛି ।ଏହି ରାସ ଉତ୍ସବକୁ ପ୍ରଥମେ ଭୂଷଳଶାନ୍ତି ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ତ୍ରିଗୁଣାନନ୍ଦ ସରସ୍ୱତୀ ୧୯୮୦ ମସିହାରେ ଅୟମାରମ୍ଭ କରିଥିଲେ ।ତାଙ୍କମାର୍ଗ ଦର୍ଶନରେ ୧୯୮୫ ମସିହାରେ ଶିକ୍ଷକ ଭରତଚନ୍ଦ୍ର ନାୟକଙ୍କ ପ୍ରଚେଷ୍ଠାରେ ଭୂଷଳ ନୂଆସାହିରେ ରାସ ଯାତ୍ରା ଆରମ୍ଭ କରାଯାଇଥିଲା । ୧୯୯୦ ମସିହାରୁଭୂଷଳ ନିଗମ ନଗର,  ୧୯୯୪ ମସିହାରୁଭୂଷଳ ଯଜ୍ଞ ମଣ୍ଡପ ସାହିରେ ଏହି ରାସଯାତ୍ରା ପରିବେଷିତ ହୋଇଆସୁଛି । ଏଥି ସହିତ ସଂମ୍ପର୍କ କ୍ଲବ, ବ୍ରାହ୍ମଣସାହି ଯୁବ ପରିଷଦ, ନୂଆସାହି ଯୁବସଂସଦ,ଉପରସାହି ଯୁବ ପରିଷଦ ଓ ମଝିସାହି ପକ୍ଷରୁ କାର୍ତିକେଶ୍ୱର ପୂଜା ଅନୁଷ୍ଠିତ ହେଉଛି ।ଯଜ୍ଞମଣ୍ଡପରେ ଆଧ୍ୟାତ୍ମିକ ପ୍ରବଚନ ଅନୁଷ୍ଠିତ ହେଉଛି ।  ଆଲୋକ ସଜ୍ଜାରେ ସାରା ଗ୍ରାମ ସୁଶୋଭିତ ହୋଇଛି ।ଭୁଷଳ ଲୋକନାଥେଶ୍ୱର ଓ ଝରଣେଶ୍ୱର ଶିବମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଛି ।ବନ୍ଧୁ ପରିଜନ ମାନେ ଏହି ଉତ୍ସବ ଦେଖିବାକୁ ଭୂଷଳରେ ଭିଡ଼ଜମାଇଛନ୍ତି । ଆଖ ପାଖଗ୍ରାମରୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ସଂନ୍ଦ୍ୟାରେ ପୂଜାମଣ୍ଡପ ମାନଙ୍କୁ ପରିଦର୍ଶନରେ ଆସୁଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *