Monday , December 6 2021
Breaking News
Home / ବିଶେଷ / ମାନସିକ ଭିନ୍ନକ୍ଷମ ପରିବାର ଉପରେ ମରଣାନ୍ତଙ୍କ ଆକ୍ରମଣ ଓ ଲୁଟ

ମାନସିକ ଭିନ୍ନକ୍ଷମ ପରିବାର ଉପରେ ମରଣାନ୍ତଙ୍କ ଆକ୍ରମଣ ଓ ଲୁଟ

କେନ୍ଦ୍ରାପଡ଼ା, ୧୮/୧୧/୨୦୨୧(ଓଡ଼ିଶା ସମାଚାର)- ଏକ ମାନସିକ ଭିନ୍ନକ୍ଷମ ପରିବାରର ମୁଖ୍ୟଙ୍କ ଉପରେ କେତେକ ଦୁର୍ବୃତ ମରଣାନ୍ତଙ୍କ ଆକ୍ରମଣ କରିବା ସହ ଘରୁ ଧନସମ୍ପତି ଲୁଟ କରିନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଥାନା ଅନ୍ତର୍ଗତ ଯଶୁଆପଲ୍ଲୀ(ବାଲିସାହି)ଗ୍ରାମର ଗୋପକୃଷ୍ଣ ରାଉତଙ୍କ ପୁଅ ଯଶୋବନ୍ତ ରାଉତଙ୍କ ପତ୍ନୀ ଏବଂ ପୁଅ ଉଭୟ ମାନସିକ ଭିନ୍ନକ୍ଷମ ଅଟନ୍ତି । ବୁଧବାର କେତେକ ଦୁର୍ବୃତଯଶୋବନ୍ତଙ୍କ କୋଠାଘରକୁ ଭାଙ୍ଗିଦେବାରୁ ସେ ଏହାର ପ୍ରତିବାଦ କରନ୍ତେ ସେମାନେ ଯଶୋବନ୍ତଙ୍କ ବେକରେ ଭୂଜାଲି ଲଗାଇ ମାରିଦେବାକୁ ଧମକ ଦେବା ସହ ତାଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିଥିବା ଯଶୋବନ୍ତ ମହାକାଳପଡା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଦୁର୍ବୃତମାନେ ପୁନର୍ବାର ଯଶୋବନ୍ତଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି ।  ଯଶୋବନ୍ତଙ୍କୁ ମାରଧର କରି ତାଙ୍କ ଘରେ ଥିବା ଧନସମ୍ପତି ସମେତ ବିଭିନ୍ନ ଦରକାରୀ କାଗଜପତ୍ର ଦୁର୍ବୃତମାନେ ଲୁଟ କରି ନେଇଥିବା  ସମ୍ପର୍କରେ ସେ ଗତ ଜୁନମାସ ୨୦ତାରିଖରେ ମଧ୍ୟ ମହାକାଳପଡା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସର ଉଦାସୀନତା ଯୋଗୁଁ ସେହି ଦୁର୍ବୃତମାନେ ପୁନର୍ବାର ଯଶୋବନ୍ତଙ୍କୁ ମରଣାନ୍ତଙ୍କ ଆକ୍ରମଣ କରି ତାଙ୍କ ଠାରୁ ଏକ ସାଧା କାଗଜରେ ଦସ୍ତଖତ କରେଇ ନେଇଥିବା ଯଶୋବନ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *