Friday , September 22 2023
Breaking News
Home / ଶିକ୍ଷା / ମହିଳା ମହାବିଦ୍ୟାଲୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ

ମହିଳା ମହାବିଦ୍ୟାଲୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ

ଭୁବନ,୧୮/୧୧/୨୦୨୧(ଓଡ଼ିଶା ସମାଚାର)- ଭୁବନ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା,ସ୍କାଉଟ ଗାଇଡ୍ସ,ରେଡକ୍ରସ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ସହ ସମସ୍ତ ଛାତ୍ରୀଙ୍କୁ ନେଇ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧ ନଭେମ୍ବର ୨୦୨୧ ସୁଦ୍ଧା ଯେଉଁ ଛାତ୍ରୀମାନଙ୍କୁ ୧୮ ବଷ ହେଉଛି ସେମାନେ ନିଜ ୱାର୍ଡ କିମ୍ବା ବୁଥ୍ ରେ ନିଜର ନାମ ପଂଜିକରଣ କରି ଭୋଟର କାର୍ଡ ପାଇବାକୁ ସଚେତନ କରାଯାଇଥିଲା । ଜଣେ ସଚେତନ ନାଗରିକ ହିସାବରେ ନିଜ ସାହିରେ ଥିବା ଅନ୍ୟ ଯୋଗ୍ୟ ବ୍ୟକ୍ତିଙ୍କୁ ସଙ୍ଗରେ ନେଇ ସେମାନଙ୍କ ନାମ ପଂଜିକରଣ କରିବାକୁ କୁହାଯାଇଥିଲା ।  ପ୍ରଥମ ଦିନ ଭୋଟର ଆପ ବିଷୟରେ ସଚେତନ କରାଯାଇଥିଲା । ଦ୍ୱିତୀୟ ଦିନ ଛାତ୍ରୀମାନେ ପ୍ଲାକାର୍ଡ ଧରି ମହିଳା ହାୟରସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ସୁରେନ୍ଦ୍ର ପୋଥାଳ,ଅଧ୍ୟାପିକା ସୁପ୍ତିମୟୀ ସେନ ଙ୍କ ତତ୍ୱାବଧାନରେ ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ,ଅଧ୍ୟାପକ ନିରଂଜନ ନାୟକ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *