Wednesday , December 1 2021
Breaking News
Home / ବିଶେଷ / ଭୁବନ ଏନଏସି ୫ ନମ୍ବର ୱାର୍ଡ ମହିଳା ପରିବର୍ତେ ଅଣସଂରକ୍ଷଣ କରିବାକୁ ଦାବି

ଭୁବନ ଏନଏସି ୫ ନମ୍ବର ୱାର୍ଡ ମହିଳା ପରିବର୍ତେ ଅଣସଂରକ୍ଷଣ କରିବାକୁ ଦାବି

ଭୁବନ,୧୮/୧୧/୨୦୨୧(ଓଡ଼ିଶା ସମାଚାର)- ଆସନ୍ତା ୨୦୨୨ ଅପ୍ରେଲ ମାସରେପୌର ନିର୍ବାଚନ କରିବା ନିମନ୍ତେ ସରକାର ବିଭିନ୍ନ ପୌରାଂଚଳରେ ୱାର୍ଡ ସଂରକ୍ଷଣ ଚିଠା ତାଲିକା ପ୍ରକାଶ କରିଛନ୍ତି । ଏହାକୁ ନେଇ ଭୁବନରେ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି । ଭୁବନ ଏନଏସି ଅନ୍ତର୍ଗତ ୱାର୍ଡ ନଂ-୫ ର  ୭୦୨ ଜଣ ପୁରୁଷ ଓ ୬୬୫ ଜଣ ମହିଳା ସମୁଦାୟ ୧୩୬୭ ଜଣ ଭୋଟରଙ୍କୁ ନେଇ ଆମ୍ଭ ୫ ନମ୍ବର ୱାର୍ଡ ଗଠିତ । ଆସନ୍ତା ପୌର ନିର୍ବାଚନ ସକାଶେ ଏହି ୱାର୍ଡଟି ମହିଳାଙ୍କ ନିମନ୍ତେ ସଂରକ୍ଷଣ କରାଯାଇଥିବାରୁ ସ୍ଥାନୀୟ ଲୋକମାନେ ଏ ସଂପର୍କରେ ଜିଲ୍ଲାପାଳଙ୍କ ନିକଟରେ ପରିବର୍ତନ ପାଇଁ ଦାବିକରିଛନ୍ତି । ଅନାମ ସାହୁ ଙ୍କ ନେତୃତ୍ୱରେ ଶତାଧିକ ଲୋକଙ୍କ ସ୍ୱାକ୍ଷର ଥିବା ଦାବିପତ୍ରରେ ଉଲ୍ଲେଖ ଅଛିଯେ,ଗତ ୧୯୯୭ ପୌର ନିର୍ବାଚନରେ ଏହି ୱାର୍ଡଟି ପଛୁଆ ବର୍ଗ,୨୦୦୩ ରେ ମହିଳା,୨୦୦୮ ଅଣ ସଂରକ୍ଷଣ,୨୦୧୩ ରେ ପଛୁଆବର୍ଗ ମହିଳାଙ୍କ ନିମନ୍ତେ ସଂରକ୍ଷଣ ହୋଇଥିଲା । ୧୯୯୭ ପର ଠାରୁ ପଛୁଆବର୍ଗ ପୁରୁଷଙ୍କ ନିମନ୍ତେ ସଂରକ୍ଷଣ ହୋଇନାହିଁ । ଗତ ୪ ଟି ନିର୍ବାଚନରେ ୨ ଥର ମହିଳା ପ୍ରତିନିଧି ନିର୍ବାଚିତ ହୋଇଥିବାବେଳେ ଆସନ୍ତା ପୌର ନିର୍ବାଚନ ପାଇଁ ପୁନଶ୍ଚ ମହିଳା ଙ୍କ ନିମନ୍ତେ ସଂରକ୍ଷଣ କରାଯାଇଛି ।  ମହିଳା ପ୍ରତିନିଧି ନିର୍ବାଚିତ ହେଉଥିବାରୁ ଏହି ୱାର୍ଡରେ ଆଖିଦୃଷ୍ଟିଆ ବିକାଶ ହୋଇପାରୁନାହିଁ । ଯେହେତୁ ଏହି ୱାର୍ଡରେ ଅଧିକାଂଶ ପଛୁଆବର୍ଗ ଶ୍ରେଣୀୟ ତେଣୁ ଆସନ୍ତାପୌର ନିର୍ବାଚନରେ ଏହି ୱାର୍ଡକୁ ମହିଳାଙ୍କ ପରିବର୍ତେ ଅଣସଂରକ୍ଷଣ କିମ୍ବା ପଛୁଆବର୍ଗ ଙ୍କ ନିମନ୍ତେ ସଂରକ୍ଷଣ କରାଯିବାକୁ ଦାବିକରାଯାଇଛି । ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *