Sunday , November 28 2021
Home / ବିଶେଷ / ଭୁବନରେ କାର୍ତିକେଶ୍ୱର ପୂଜା ଜମୁଛି , ବାରବର୍ଷ ପୂର୍ତି ପାଳୁଛି ଅରାସାହି

ଭୁବନରେ କାର୍ତିକେଶ୍ୱର ପୂଜା ଜମୁଛି , ବାରବର୍ଷ ପୂର୍ତି ପାଳୁଛି ଅରାସାହି

ଭୁବନ,୧୮/୧୧/୨୦୨୧(ଓଡ଼ିଶା ସମାଚାର)- ଭୁବନରେ କାର୍ତିକେଶ୍ୱର ପୂଜା ବେଶ୍ ଯାକଜମକରେ ପାଳିତ ହେଉଛି । ଭୁବନ ଏନ.ଏ.ସି ଅନ୍ତର୍ଗତଲତାବିଲ, ଟୋଲଙ୍କବେରେଣି, ଅରାସାହି, ମୋଚିଗାଡିଆସାହି, ପାଲାମଣ୍ଡପ, ରଘୁନାଥମଣ୍ଡପ, ଗୁଜୁରିହାଟମାଛମାର୍କେଟ, ବ୍ରାହ୍ମଣୀଦେବୀଛକ, ଜଗନ୍ନାଥମଣ୍ଡପ, କଂସାରିସାହି, ପୋଥାଳସାହି, ଚଣ୍ଡିକସାହି, ଗୋପାଳମଣ୍ଡପ, ଘଣାଶାଳଛକ, ଚାନ୍ଦିନୀ ଛକ,ନୂଆଭୁବନ,ଆଜାଦ ନଗର ପ୍ରଭୃତି ଅଂଚଳରେ କୋଭିଡ କଟକଣାରେ କାର୍ତିକେଶ୍ୱର ପୂଜା ଗତ ସୋମବାର ଠାରୁ ଅନୁଷ୍ଠିତ ହେଉଛି । ପ୍ରତ୍ୟେକ ପୂଜାମଣ୍ଡପରେ ପୌରାଣିକ କଥା ବସ୍ୁକୁ ଆଧାରକରି ମୂର୍ତୀ ନିର୍ମାଣ ହୋଇଛିା  ସମସ୍ତ ପୂଜାମଣ୍ଡପରେ ବଡପୂଜା ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷ ଅରାସାହି ୧୨ ବର୍ଷ ପୂର୍ତି ପାଳନ କରୁଛି ।ଭୁବନ ବ୍ଲକର ମହୁଲପାଳ, ନୀଳକଣ୍ଠପୁର, ଏକତାଳି, ବାଲିବୋ, ଭୂଷଳ, କୁନିନ୍ଦା, ସୁରପ୍ରତାପପୁର, ଗଡନୃସିଂହପ୍ରସାଦ ଗ୍ରାମରେ ମଧ୍ୟ କାର୍ତିକେଶ୍ୱର ପୂଜା ଅନୁଷ୍ଠିତହେଉଛିା  କାର୍ତିକେଶ୍ୱର ପୂଜା ପାଇଁ ପ୍ରସିଦ୍ଧି ଲାଭକରିଥିବା ଭୁବନ ବ୍ଲକର ଜିରାଳ ଗ୍ରାମରେ କାର୍ତିକ ପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇ ସପ୍ତାହେ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶା ସମାଚାର

About admin

Check Also

ସ୍ୱାଭିମାନି, ସଂଗ୍ରାମୀ ଓ ସମାଜସେବୀଙ୍କ ବନ୍ଧୁ ମିଳନ

କେନ୍ଦ୍ରାପଡ଼ା, ୨୮/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋସ୍ଥିତ ପଥରକଣୀ ମନ୍ଦିର ପରିସରରେ ଶନିବାର କେନ୍ଦ୍ରାପଡାର ସ୍ୱାଭିମାନି, ସଂଗ୍ରାମୀ ଓ ସମାଜସେବୀମାନଙ୍କର …

Leave a Reply

Your email address will not be published. Required fields are marked *