Wednesday , December 8 2021
Home / ରାଜନୀତି / ବିଜୁ ଜନତା ଦଳର ୩ ମିଡିଆ ପେନାଲିଷ୍ଟ ନିଯୁକ୍ତ

ବିଜୁ ଜନତା ଦଳର ୩ ମିଡିଆ ପେନାଲିଷ୍ଟ ନିଯୁକ୍ତ

ଭୁବନେଶ୍ୱର ,୧୮/୧୧/୨୦୨୧(ଓଡ଼ିଶା ସମାଚାର)- ବିଜୁ ଜନତା ଦଳର ମିଡିଆ ପେନାଲିଷ୍ଟ ଭାବେ ଆଜି ଆଉ ୩ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ୩ ଜଣ ଙ୍କୁ ନିଯୁକ୍ତି ଦିଆଯାଇଛି । ଦଳର ଏହି ୩ ଜଣ ନୂଆ ମିଡିଆ ପେନାଲିଷ୍ଟ ହେଉଛନ୍ତି ଶ୍ରୀ ଗୌତମ ବୁଦ୍ଧ ଦାସ, ଲୋରା ମହାପାତ୍ର ଓ ସ୍ୱାଗତିକା ମହାନ୍ତି । ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ଦଳର ସାଧାରଣ ସମ୍ପାଦକ ( ମିଡ଼ିଆ ) ମାନସ ରଂଜନ ମଙ୍ଗରାଜ ଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ପଦ୍ମ ଛାଡି ଶଙ୍ଖ ଧରିଲେ ଜିଲ୍ଲା ପରିଷଦ ସଭ୍ୟ ଜାହିର ମହମ୍ମଦ

ନିଶ୍ଚିନ୍ତକୋଇଲି,୦୩/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା)- ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ର ୨୬ ନମ୍ୱର୍ ଜୋନ୍ ବିଜେପି ଦଳ …

Leave a Reply

Your email address will not be published. Required fields are marked *