Saturday , August 20 2022
Breaking News
Home / ବିଶେଷ / ବାବା ଫର୍ଣ୍ଣିଚର ଉପରେ ଜିଏସଟି ଏନଫୋର୍ସମେଂଟ ବିଭାଗର ଚଢାଉ

ବାବା ଫର୍ଣ୍ଣିଚର ଉପରେ ଜିଏସଟି ଏନଫୋର୍ସମେଂଟ ବିଭାଗର ଚଢାଉ

କେନ୍ଦ୍ରାପଡ଼ା, ୧୮/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ରଣପଡାସ୍ଥିତ ବାବା ଫର୍ଣ୍ଣିଚର ଏଣ୍ଡ ସନ୍ସ ନାମକ ଏକ ଦୋକାନ ଉପରେ ପାରାଦୀପ ଜିଏସଟି ଏନଫୋରସମେଂଟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଜିଏସଟି ମୁଖ୍ୟାଳୟର ନିର୍ଦେଶ କ୍ରମେ  ପାରାଦୀପ ଜୋନର ଡେପୁଟୀ କମିଶନର ଅଖିଳ କୁମାର ସାହୁଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ ବାବା ଫର୍ଣ୍ଣିଚର ଏଣ୍ଡ ସନ୍ସ ଉପରେ ଚଢାଉ କରିଥିଲେ । ଏହି ଟିମ ବାବା ଫର୍ଣ୍ଣିଚରର ବିଭିନ୍ନ ୱାର୍କସପ ଉପରେ ମଧ୍ୟ ଚଢାଉ କରାଯିବା ସହ ତା’ର ଷ୍ଟକ ଯାଂଚ କରାଯାଇଛି । ବାବା ଫର୍ଣ୍ଣିଚରର ସମସ୍ତ ଷ୍ଟକ ଷ୍ଟେଟମେଂଟ ମିଳିବା ପରେ ଓ ସମସ୍ତ କାଗଜପତ୍ର ଯାଂଚ ହେବା ପରେ ସେହି ଦୋକାନରେ ଥିବା ସାମଗ୍ରୀ ଗୁଡିକର ମୂଲ୍ୟ ଆକଳନ କରାଯାଇ ଜିଏସଟି ଟ୍ୟାକ୍ସ ଜୋରିମାନା କରାଯିବ ବୋଲି ଡେପୁଟୀ କମିଶନର ଶ୍ରୀ ସାହୁ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଏ.କେ.ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହା ଆଡମ୍ବରରେ  ପାଳିତ

କଟକ,୧୯/୦୮/୨୦୨୨ (ଓଡ଼ିଶା ସମାଚାର) : କଟକ ସଦର  ୪୨ ମୌଜା ଦଧିବାମନପୁର  ସ୍ଥିତ ଏ.କେ.ବିଦ୍ୟାମନ୍ଦିରରେ ମହା ଆଡମ୍ବରରେ ଶ୍ରୀକୃଷ୍ଣ ଜନ୍ମ …

Leave a Reply

Your email address will not be published.