Sunday , October 1 2023
Home / ଶିକ୍ଷା / ଡିଏଭି ପବ୍ଲିକ ସ୍କୁଲରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ଡିଏଭି ପବ୍ଲିକ ସ୍କୁଲରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

କେନ୍ଦ୍ରାପଡ଼ା, ୧୮/୧୧/୨୦୨୧(ଓଡ଼ିଶା ସମାଚାର)- କରୋନା କଟକଣା ଯୋଗୁଁ ଦୀର୍ଘ ୨୧ମାସ ଧରି ବନ୍ଦ ଥିବା ବିଦ୍ୟାଳୟର ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପ୍ରତ୍ୟାବର୍ତନ କରିଛନ୍ତି । ଏହି ଅବସରରେ ଗରାପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ଏକ ଅଭିନବ ଉପାୟରେ ସ୍ୱାଗତ କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ହାତକୁ ବିଶୋଧନ କରାଯିବା ସହିତ ସେମାନଙ୍କ ଦେହର ତାପମାତ୍ରା ଯାଂଚ କରାଯାଇ ପ୍ରବେଶ ଅନୁମତି ଦିଆଯାଇଥିଲା । ଏହାପରେ ବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଛ, ଚକୋଲେଟ ଓ କଲମ ଦେଇ ବିଦ୍ୟାଳୟକୁ ସ୍ୱାଗତ କରିଥିଲେ । ପ୍ରଥମ ଦିବସରେ ଛାତ୍ରଛାତ୍ରୀମାନଙ୍କ ମାନସିକ ସ୍ୱାସ୍ଥ୍ୟର ନିରୀକ୍ଷଣ ପାଇଁ ଶ୍ରେଣୀ ପାଠପଢା ବଦଳରେ ବିଭିନ୍ନ ପ୍ରତିଯୋଗୀତା ଯଥା ସଂଗୀତ, ଚିତ୍ରାଙ୍କନ, ନୃତ୍ୟ ଓ ବକ୍ତୃତା ଭଳି ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ସମସ୍ତ ପ୍ରତିଯୋଗୀତାରେ ଅତ୍ୟନ୍ତ ଆଗ୍ରହ ଓ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ । ଷଷ୍ଠ ଶ୍ରେଣୀର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ବକ୍ତୃତା ଓ ନୃତ୍ୟ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁପ୍ରିୟା ବେହେରା, ସଂଗୀତା ଶୁଭଦର୍ଶିନୀ ମୁଦୁଲି, ସବନାମ ମଲ୍ଲିକ ଓ ରିନୁ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *