Monday , June 5 2023
Breaking News
Home / ବିଶେଷ / କେନ୍ଦୁପଟଣା କଦମକଣ୍ଟା କୁଶବାବା ମଠ ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ

କେନ୍ଦୁପଟଣା କଦମକଣ୍ଟା କୁଶବାବା ମଠ ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ

ନିଶ୍ଚିନ୍ତକୋଇଲି ,୧୮/୧୧/୨୦୨୧(ଓଡିଶା ସମାଚାର /ଅଭୟ ଜେନା)- ଚିତ୍ରୋତ୍ପଳା ନଦୀ ତଟ  ରେ ଅବସ୍ଥିତ  କଦମକଣ୍ଟା କୁଶ ବାବାମଠ  ପରିସରରେ ବୁଧବାର ସକାଳୁ ବିଶ୍ୱଶାନ୍ତି ମହାଯଜ୍ଞ ଓ କଳସଯାତ୍ରା,ବେଦପାଠ,ସୂର୍ୟ୍ୟ ପୂଜା,ଗୋପୂଜା ,ଶ୍ରୀ ମଦ ଭଗବତ ଗୀତା ଆହୁତିପ୍ରଦାନ ଆଦି ଅନୁଷ୍ଠିତ ହୋଇଅଛି। ସନ୍ଧ୍ୟା ସମୟରେ ସନ୍ଧ୍ୟା  ଆଳତି ,ପୁଷ୍ପାଞ୍ଜଳି ଓ ସାଇ ନାମସଂକୀର୍ତନ  ମଣ୍ଡଳୀ ଙ୍କ ଦ୍ଵାରା ନାମ ପରିବେଷଣ ହେବା ସହ ବିଶିଷ୍ଟ ପ୍ରବଚକ ମାନଙ୍କ ଦ୍ୱାରା ପ୍ରବଚନ କାର୍ୟ୍ୟକ୍ରମ  ଅନୁଷ୍ଠିତ ହେଉଅଛି। ଆସନ୍ତା ୧୯ ତାରିଖ ଶୁକ୍ରବାର ପୂର୍ଣାହୁତି ହେବା ସହ ଗୀତାଯଜ୍ଞ ଓ  ପ୍ରସାଦ ସେବନର କାର୍ୟ୍ୟକ୍ରମ ରହିଥିବା  ଅନୁଷ୍ଠାନ ର ଉପଦେଷ୍ଟା ସୁରେଶ କୁମାର ସ୍ୱାଇଁ ଓ ଗ୍ରାମବାସୀମାନେ  ପ୍ରକାଶକରିଛନ୍ତି। ଓଡିଶା ସମାଚାର

Leave a Reply

Your email address will not be published.