Tuesday , December 7 2021
Breaking News
Home / ବିଶେଷ / ଓଡ଼ିଆ ଆଲବମ୍ ‘ଆଖି ବୁଜିଦେଲେ ତୋ ଚେହେରା’ ଓ ‘ପ୍ରିୟାରେ’ର ଅଡ଼ିଓ ରିଲିଜ୍

ଓଡ଼ିଆ ଆଲବମ୍ ‘ଆଖି ବୁଜିଦେଲେ ତୋ ଚେହେରା’ ଓ ‘ପ୍ରିୟାରେ’ର ଅଡ଼ିଓ ରିଲିଜ୍

ଭୁବନେଶ୍ୱର ,୧୮/୧୧/୨୦୨୧(ଓଡ଼ିଶା ସମାଚାର)-ଷ୍ଟାର ଫ୍ଲିକ୍ସ ପ୍ରଡ଼କ୍ସନ ଦ୍ୱାରା ପ୍ରସ୍ତୁତ ଦୁଇଟି ଓଡ଼ିଆ ଆଲବମ୍ ‘ଆଖି ବୁଜିଦେଲେ ତୋ ଚେହେରା’ ଓ ‘ପ୍ରିୟାରେ’ର ଅଡ଼ିଓ ରିଲିଜ ଉତ୍କଳ ସାମ୍ବାଦିକ ସଂଘଠାରେ ଅନୁଷ୍ଠିତ ହୋଇଯାଇଛି । ଅଭିନାଶ ନାୟକଙ୍କ ପ୍ରଯୋଜନାରେ  ନିର୍ମିତ ଆଲବମ ରେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ସଙ୍ଗୀତ ନିର୍ଦ୍ଧେଶନା ଦେଇଛନ୍ତି । ଏନ୍ ଶ୍ରୀନିବାସ, ରାକେଶ କୁମାର ଓ ରୋମା କଣ୍ଠଦାନ କରିଛନ୍ତି । ଗୀତ ଲେଖିଛନ୍ତି ରମାକାନ୍ତ ଦାସ । ଏହି ଅଡ଼ିଓ ରିଲିଜ୍ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କଣ୍ଠଶିଳ୍ପୀ ଡଃ ଜୟଶ୍ରୀ ଧଳ, ସମାଜସେବୀ ମୀରା ପରିଡ଼ା, ସମାଜସେବୀ ତଥା କବୟିତ୍ରୀ ଡଃ ବନ୍ଦନା ହରିଚନ୍ଦନ, ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀଧର ମାର୍ଥା, ଅନିନେତା ବୁଲୁ ପଣ୍ଡା, ବରଦା ପ୍ରସନ୍ନ ପାତ୍ର, ପ୍ରଧ୍ୟାପକ ଡଃ ଅସିତ୍ ଦାସ, ନିର୍ଦ୍ଧେଶକ ଚନ୍ଦ୍ରଭାନୁ କର, ସମାଜସେୀବ ଧୀରେନ ରାଉତରାୟ, ଆର୍ଜେ କେପି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଆର. ଜେ.କେ.ପି, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ମନୋରଞ୍ଜନ ମହାନ୍ତି, ଅଭିନେତା ଅବିନାଶ ପ୍ରମୁଖଙ୍କୁ ମାନପତ୍ର, ଉତରୀୟ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନିର୍ଦ୍ଧେଶକ ବାପୁ ଓଝା । ଓଡ଼ିଶା ସମାଚାର

About admin

Check Also

  ଜଗତସିଂହପୁର ଠାରେ ୫୯ତମ ବାର୍ଷିକ ହୋମ୍ ଗାର୍ଡ ଦିବସ ପାଳିତ

ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ରିଜର୍ଭ ପୋଲିସ ପ୍ୟାରେଡ୍ ଗ୍ରାଉଣ୍ଡ ପୁନଙ୍ଗ ଠାରେ ୫୯ତମ ବାର୍ଷିକ ହୋମ୍ ଗାର୍ଡ …

Leave a Reply

Your email address will not be published. Required fields are marked *