Tuesday , December 7 2021
Breaking News
Home / ବିଶେଷ / ଶ୍ରୀବଳଦେବଜୀଉଙ୍କ ବଡପଣ୍ଡାଙ୍କ ପତ୍ନୀ ବିୟୋଗ

ଶ୍ରୀବଳଦେବଜୀଉଙ୍କ ବଡପଣ୍ଡାଙ୍କ ପତ୍ନୀ ବିୟୋଗ

କେନ୍ଦ୍ରାପଡ଼ା, ୧୭/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଶ୍ରୀବଳଦେବଜୀଉଙ୍କ  ବଡପଣ୍ଡା ବାବାଜୀ ଚରଣ ପତ୍ରୀଙ୍କ ଧର୍ମପତ୍ନୀ ସାବିତ୍ରୀ ପତ୍ରୀଙ୍କର ୮୭ବର୍ଷ ବୟସରେ ମଙ୍ଗଳବାର ଅପରାହ୍ନରେ ପରଲୋକ ହୋଇଯାଇଛି । ମୃତୁ୍ୟଶଯ୍ୟା ନିକଟରେ ପୁତ୍ର, ପୁତ୍ରବଧୁ, ନାତି,ନାତୁଣୀ, ଅଣନାତି, ଅଣନାତୁଣୀ, ପୁତୁରା, ପୁତୁରା ବୋହୁ, ବନ୍ଧୁ, ପରିଜନ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗତା ପତ୍ରୀଙ୍କ ବିୟୋଗରେ ଇଛାପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଧର୍ମପରାୟଣା ମହିଳା ଥିଲେ । ଚକଡା ଗ୍ରାମ୍ୟ ଶ୍ମସାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ବେଳେ ତୃତୀୟ ପୁତ୍ର ଭାଗବତ ପତ୍ରୀ ମୁଖାଗ୍ନି ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଚିଟଫଣ୍ଡ ଠକେଇ ମାମଲାରେ ଚୈଦ୍ୱ।ର ଜେଲରେ ୩ ମାସ ରହିଵା ପରେ ଆନ୍ଧ୍ରପ୍ରଦେଶର ପୂର୍ଵତନ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ

କଟକ ସଦର, ୦୭/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଚିଟଫଣ୍ଡ ଠକେଇ ଏକାଧିକ ମାମଲାରେ କ୍ରାଇମବ୍ରାଞ୍ଚ ଅପରିଧିକ ଶାଖା ପକ୍ଷରୁ …

Leave a Reply

Your email address will not be published. Required fields are marked *