Tuesday , October 3 2023
Breaking News
Home / ବିଶେଷ / ମାହାଙ୍ଗା ସାହିତ୍ୟ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ, ଡିସେମ୍ବର ଶେଷରେ କୋଠପଦାରେ ପାଳିତ ହେଵ ୨ ଦିନିଆ ଉତ୍ସବ

ମାହାଙ୍ଗା ସାହିତ୍ୟ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ, ଡିସେମ୍ବର ଶେଷରେ କୋଠପଦାରେ ପାଳିତ ହେଵ ୨ ଦିନିଆ ଉତ୍ସବ

ମାହାଙ୍ଗା, ୧୭/୧୧/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ସୃଜନର ଭୂମି ମାହାଙ୍ଗାର କଳା, ସ୍ଥାପତ୍ୟ, ଐତିହ୍ୟ, ସାହିତ୍ୟ ଓ ସଂସ୍କୃତିର ମହନୀୟ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ଆରଂଭ ହୋଇଥିଲା “ମାହାଙ୍ଗା ସାହିତ୍ୟ ମହୋତ୍ସବ” । ସାହିତ୍ୟିକ ଡକ୍ଟର ଭୁବନାନନ୍ଦ ସାହୁଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସାହିତ୍ୟିକ ଡକ୍ଟର ଏକାଦଶୀ ପ୍ରଧାନ, ପ୍ରାଧ୍ୟାପକ ଡକ୍ଟର ନିଖିଳେଶ ମହାନ୍ତି, ସାହିତ୍ୟିକ ଶ୍ରୀଧର ଶେଖର ମହାପାତ୍ର, ଶିକ୍ଷାବିତ ଅକ୍ଷୟ କୁମାର ଷଢଙ୍ଗୀ, ପ୍ରଧାନ ଶିକ୍ଷକ କିଶୋର ଦାଶ, ନାଟ୍ୟକାର ଭାବଗ୍ରାହୀ ଦାଶ, ସାହିତ୍ୟିକ ଶାରଦା ପ୍ରସାଦ ମିଶ୍ର, କବି ନାରାୟଣ ମୁଦୁଲି, ସାହିତ୍ୟ ସଂଗଠକ ପନଂଗ ଭୂଷଣ ଦାସ, ସାହିତ୍ୟିକ ଅଖିଳେଶ ମହାନ୍ତି, ମଞ୍ଚ ଅଭିନେତା ସୁବାଷ ବେହେରା,ସାହିତ୍ୟିକ ଅଜିତ ମହାପାତ୍ର, କବି ପ୍ରଫୁଲ୍ଲ ସାହୁ, ପ୍ରମୁଖ ଏହି କାର୍ୟ୍ୟକ୍ରମରେ ଯୋଗଦେଇ ଉତ୍ସବର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ । ଆସନ୍ତା ଡିସେମ୍ବର ମାସ ୨୮ ଓ ୨୯ ତାରିଖ ଦୁଇଦିନ ବ୍ୟାପୀ ଏହି ଉତ୍ସବର ଅନୁଷ୍ଠିତ ହେବବୋଲି ନିଷ୍ପତ୍ତି ନିଆଯାଇଥିଲା ।
ମାହାଙ୍ଗାର କଳା, ସାହିତ୍ୟ ଓ ସଂସ୍କୃତିକୁ ବ୍ୟାପକ କରିବା କ୍ଷେତ୍ରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦିଗଦର୍ଶନ ଓ ପ୍ରେରଣା ଉଲ୍ଲେଖନୀୟ ବୋଲି ବକ୍ତାମାନେ କହିଥିଲେ । ଏହି ମହୋତ୍ସବରେ ରାଜ୍ୟର ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ, କବି, ଲେଖକ, ରାଜନେତା,ପ୍ରଖ୍ୟାତ ମଞ୍ଚ କଳାକାର ମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି ସ୍ଥିର ହୋଇଥିଲା । ମାହାଙ୍ଗାର ସାହିତ୍ୟ ଓ ସଂସ୍କୃତିକୁ ନେଇ ଏକ ସ୍ମରଣିକା ଉନ୍ମୋଚନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା ।

ମାହାଙ୍ଗା ମହୋତ୍ସବରେ କବିତା ପାଠ , ଆଲୋଚନା ଚକ୍ର, ଏବଂ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଵ ବୋଲି ମହୋତ୍ସବ କମିଟି ସଂଯୋଜକ ପନଂଗ ଭୂଷଣ ଦାସ ସୂଚନା ଦେଇଥିଲେ । ବୈଠକରେ ସରପଞ୍ଚଙ୍କ ପ୍ରତିନିଧି ରଘୁନାଥ ଯେନା, ସମିତି ସଭ୍ୟ ଲକ୍ଷ୍ମୀଧର ବେହେରା, ଗଣେଶ ବିହାରୀ,ମନୋଜ ଦାସ, ଜଗନ୍ନାଥ ନାୟକ, ସୌମ୍ୟ ରଞ୍ଜନ ଓଝା ,ଦୀପକ ଦାସ, ପ୍ରଶାନ୍ତ ସାହୁ, ସୌମ୍ୟ ରଞ୍ଜନ ପଣ୍ଡା,ନିତ୍ୟାନନ୍ଦ ସାମଲ, ମନୋଜ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *