Thursday , December 2 2021
Breaking News
Home / ବିଶେଷ / ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୫୫ ତମ ଜାତୀୟ ପ୍ରେସ ଦିବସ ପାଳିତ

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୫୫ ତମ ଜାତୀୟ ପ୍ରେସ ଦିବସ ପାଳିତ

ବାଲିଗୁଡା, ୧୭/୧୧/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ସ୍ତରୀୟ ୫୫ ତମ ପ୍ରେସ ଦିବସ ସ୍ଥାନୀୟ  ବନଵସୀ ସେବା ସମିତି ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମ୍ବାଦିକ ମନୋରଞ୍ଜନ ରାୟ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ସତ୍ୟନାରାୟଣ ପାଢ଼ୀ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ଼.ସୁଶାନ୍ତ କୁମାର ଦାଶ, ସମ୍ମାନିତ ଅତିଥି ଭାବେ ନାରାୟଣ ଚୌଧୁରୀ ଯୋଗ ଦେଇଥିଲେ  । କରୋନା ସମୟରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିବାବେଳେ ପ୍ରେସ ଦିବସ ରେ ସାମ୍ବାଦିକଙ୍କ ଏକତା ରହିବା ଆବଶ୍ୟକ ଓ ଆଜିର ଦିନରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି ସୁଶାନ୍ତ କୁମାର ଦାଶ ମତ ରଖିଥିଲେ । ସାମ୍ବାଦିକ ସନ୍ତୋଷ କୁମାର ଦାସ ଅତିଥି ମାନଙ୍କର ପରିଚୟ ସହ ସ୍ୱାଗତ କରିଥିବା ବେଳେ ସାମ୍ବାଦିକ ଭଗବତୀ ପ୍ରସାଦ ସାବତ ଅତିଥି ମାନଙ୍କୁ ଧନ୍ୟବାଦ ଜଣାଇ ଥିଲେ  । ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ କରତାଳି ଦେଇ ସଭା ସାଙ୍ଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀ

ତାରପୁର, ୦୧/୧୨/୨୦୨୧(ଓଡ଼ିଶା ସମାଚାର)- କିଶନନଗର ଥାନା ଅଧିନରେ ଥିବା ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀକୁ ନେଇ …

Leave a Reply

Your email address will not be published. Required fields are marked *