ଭୁବନେଶ୍ୱର,୧୭/୧୧/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା ବାଲିକୁଦାର ପ୍ରାକ୍ତନ ବିଧାୟକ ଉମେଶ ସ୍ୱାଇଁଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ସୂଚନାଯୋଗ୍ୟ ଯେ ଶ୍ରୀ ସ୍ୱାଇଁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଅନ୍ୟତମ ଘନିଷ୍ଠ ବ୍ୟକ୍ତି ଥିଲେ । ସେ ବାଲିକୁଦା ବିଧାନସଭା ନିର୍ବାଚନମଣ୍ଡଳୀରୁ ଜନତା ଦଳ ଟିକେଟରେ ୧୯୭୭ରୁ ୧୯୮୦ ଏବଂ ୧୯୯୦ରୁ ୧୯୯୫ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ପରେ ସେ କଂଗ୍ରେସ ପ୍ରାର୍ଥୀ ଭାବରେ ୨୦୦୦ରୁ ୨୦୦୫ ଏବଂ ୨୦୦୫ରୁ ୨୦୦୯ ପର୍ୟ୍ୟନ୍ତ ଏହିଭଳି ମୋଟ ଚାରିଥର ନିର୍ବାଚିତ ହୋଇଥିଲେ । ତାଙ୍କ ଜନ୍ମସ୍ଥାନ ମାଛଗାଁରେ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ଜଣାଯାଇଛି । ଶ୍ରୀ ସ୍ୱାଇଁ ଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ଓଡ଼ିଶା ସମାଚାର