Thursday , December 2 2021
Breaking News
Home / ବିଶେଷ / ପାରାଦୀପ କାର୍ଯ୍ୟରତ ସାମ୍ବାଦିକ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ପାରାଦୀପ କାର୍ଯ୍ୟରତ ସାମ୍ବାଦିକ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ପାରାଦୀପ ୧୭/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପକ୍ଷରୁ ମଙ୍ଗଳବାର ଦିନ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଜାତୀୟ ପ୍ରେସ ଦିବସ ଉତ୍ସାହ ଓ ଉଦ୍ଧୀପନା ସହ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ବଡପଡିଆସ୍ଥିତ ସିନେମାହଲ ନିକଟରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସଭାସ୍ଥଳରେ ପହଁଚିଥିଲା । ଏଚଏମଏସ ପରିସରରେ ଆୟୋଜିତ ଏକ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସମାରୋହରେ ସାମ୍ବାଦିକ ଶରତ କୁମାର ରାଉତ ସଭାପତିତ୍ୱ କରିଥିବା ବେଳେ ସଂଜୟ କୁମାର ମିଶ୍ର ମଂଚ ପରିଚାଳନା କରିଥିଲେ । ସାମ୍ବାଦିକ ରାମଚନ୍ଦ୍ର ସ୍ୱାଇଁ, ସବିତା ମହାପାତ୍ର, ସ୍ୱାଧିନଚେତା ଦାସମହାପାତ୍ର ପ୍ରେସ୍ ଦିବସ ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପାରାଦୀପ କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଅଠରବାଙ୍କୀ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ବସନ୍ତ କୁମାର ରାଉତ, ବର୍ଷିୟାନ ଶ୍ରମିକନେତା ଦୋଳଗୋବିନ୍ଦ ଦାଶ, ଯୋଗଗୁରୁ ତଥା ଜ୍ୟୋର୍ତିବିଦ୍ ତାପସ ରଂଜନ ପତି, ସମାଜସେବୀ ଜଳଧର ପାଇକରାୟ, ପରିବେଶବିତ୍ ଅମରେଶ ନରେଶ ସାମନ୍ତ, ସ୍ୱେଚ୍ଛାସେବୀ ସଂଗଠନ ଏନ୍ଓସି ଫାଉଣ୍ଡେସନ୍ ର ଶୈଳେନ୍ଦ୍ରୀ ସେନାପତି ଓ ମନସା ଚାରିଟେବୁଲ ଟ୍ରଷ୍ଟର ମୃତୁ୍ୟଞ୍ଜୟ ମିଶ୍ର ପ୍ରମୁଖଙ୍କୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ରବିନ୍ଦ୍ର କୁମାର ଜେନା ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଗଗନ ସାହୁ, ଶୁକଦେବ ଜେନା, ସନ୍ଦିପ ଲେଙ୍କା, ଅମିୟ ଦାସଙ୍କ ସମେତ ୫୦ରୁ ଉର୍ଦ୍ଧ କାର୍ଯ୍ୟରତ ସାମ୍ବାଦିକ ଯୋଗ ଦେଇଥିଲେ । ଦିନବ୍ୟାପି ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଶଶାଙ୍କ ଶେଖର ଆଚାର୍ଯ୍ୟ, ନାରାୟଣ ବେହେରା, ବିବେକାନନ୍ଦ ରାଉତ, ଦିପକ କୁମାର ଦାସ, ଜଗନ୍ନାଥ ଶତପଥି, ରନôାକର ଜେନା, ରାକେଶ ପଟ୍ଟନାୟକ, ସୁଧାଂଶୁ ନାୟକ, ଜ୍ଞାନ ଆଚାର୍ଯ୍ୟ, ଆଦିତ୍ୟ ରାଉତରାୟ, ରାଜେନ୍ଦ୍ର ଶୁକ୍ଳା, ତ୍ରିଲୋଚନ ମହାପାତ୍ର ପ୍ରମୁଖ କାର୍ଯ୍ୟରତ ସାମ୍ବାଦିକ ମାନେ ସଫଳ ଭାବେ ରୂପାୟନ କରିଥିବା ବେଳେ ଅନ୍ୟମାନେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀ

ତାରପୁର, ୦୧/୧୨/୨୦୨୧(ଓଡ଼ିଶା ସମାଚାର)- କିଶନନଗର ଥାନା ଅଧିନରେ ଥିବା ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀକୁ ନେଇ …

Leave a Reply

Your email address will not be published. Required fields are marked *