ଭୁବନେଶ୍ୱର,୧୭/୧୧/୨୦୨୧(ଓଡ଼ିଶା ସମାଚାର)- ଭୁବନେଶ୍ୱରର ନୟାପଲ୍ଲୀ ବ୍ରିଟ୍ କଲୋନୀରୋ ଅଞ୍ଚଳରେ ପେଟ୍ରୋଲ ବୋମାମାଡ଼ ହୋଇଛି । ଜମିବିବାଦକୁ ନେଇ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସର ଛାନ୍ ଭିନ୍ ଆରମ୍ଭ ହୋଇଛି । ଆଜି ଅପରାହ୍ନ ରେ ରାଜଧାନୀ ଭୁବନେଶ୍ୱରର ଜନଗହଳି ପୂର୍ଣ୍ଣ ନୟାପଲ୍ଲୀ ବ୍ରୀଟ କଲୋନୀରେ ବୋମାମାଡ଼ ହୋଇଛି । ଜମି ବାଡ଼ି ବିବାଦକୁ ନେଇ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ପ୍ରକୃତ କାରଣ ଜଣାପଡିନାହିଁ । ପେଟ୍ରୋଲ ବୋମା ମାଡ଼ରେ ଏକ କାର୍ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର