ଯାଯପୁର ୧୭/୧୧/୨୦୨୧ (ଓଡିଶା ସମାଚାର): ନିଖିଳ ଉତ୍କଳ ପାଟରା ସମିତି,ପାଟଵୈଶ୍ୟ ମହାସଭା ଅନୁବନ୍ଧିତ ଓଳାସ ଶାଖାର ସାଧାରଣ ପୂର୍ଣ୍ଣାଙ୍ଗ ବୈଠକ ଯାଯପୁର ଗୋପୀନାଥ ପୁର ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ବୁଧବାର ଦିନ ଭାରପ୍ରାପ୍ତ ସଭାପତି ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ପୃଷ୍ଟି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମହାସଭାର ରାଜ୍ୟ ସଭାପତି ଡା.ରୁଦ୍ରନାରାୟଣ ପୃଷ୍ଟି, ବରିଷ୍ଠ ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ବେହେରା, କରୁଣାକର ଲେଙ୍କା, ବରିଷ୍ଠ ଉପଦେଷ୍ଟା ଯୁଧିଷ୍ଠିର ମହାନ୍ତି ପ୍ରମୁଖ ଯୋଗ ଦେଇ ଆଗାମୀ ଜାନୁଆରୀ ରେ ପୂରୀ ଠାରେ ଅନୁଷ୍ଠିତ ହେବାକୁ ଥିବା ତିନି ଦିନିଆ ମହାଅଧିଵେଶନକୁ ସଫଳ କରିବାକୁ ସମସ୍ତ ଙ୍କର ସହଯୋଗ କାମନା କରିଥିଲେ।ଏହି ଅଵସରରେ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିଵା ଵିକାଶ କୁମାର ପୃଷ୍ଟିଙ୍କୁ ହୃଦାନନ୍ଦ ମହାନ୍ତି ଟ୍ରଫି, ଉପଢୌକନ,ଓ ରାଶି ପ୍ରଦାନ କରାଯାଇଥିଲା।ଓଳାଷ ଶାଖାର ସାଧାରଣ ସମ୍ପାଦକ ଅଧ୍ୟାପକ ଅନିଲ କୁମାର ସାହୁ ବିବରଣୀ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ମଦନମୋହନ ପୃଷ୍ଟି,ନାରାୟଣ ପାତ୍ର,ମନୋଜ ସାହୁ,ପିତଵାସ ନାୟକ,ଗୋପୀନାଥ ବୈଶାଖ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶେଷରେ ପୁରୀ ଅଂଶର ସଂପାଦକ ମଦନ ମୋହନ ଦାସ ଧନ୍ୟବାଦ ଦେଇଥିଲେ । ଓଡିଶା ସମାଚାର
