Monday , November 29 2021
Breaking News
Home / ତାଜା ଖବର / ତାଜା ଖବର : ରାମକୃଷ୍ଣ ପୁର ପଂଚାୟତ ରେ ବୋମାମାଡ଼ : କାର ଓ ଘର କ୍ଷତିଗ୍ରସ୍ତ

ତାଜା ଖବର : ରାମକୃଷ୍ଣ ପୁର ପଂଚାୟତ ରେ ବୋମାମାଡ଼ : କାର ଓ ଘର କ୍ଷତିଗ୍ରସ୍ତ

ସାଲେପୁର /ନିଶ୍ଚିନ୍ତକୋଇଲି , ୧୭/୧୧/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- କଟକ ଜିଲ୍ଲା ସାଲେପୁର ଥାନା ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ରାମକୃଷ୍ଣ ପୁର ପଂଚାୟତ ପାଟପାରି ଗ୍ରାମ ରେ ବୋମା ମାଡ଼ ହୋଇଛି । ଏହି ବୋମାମାଡ଼ ଘଟଣା ରେ ଅଶୋକ ସାମଲଙ୍କ ର ୱାଗନର କାରଟି ର ଅଧିକାଂଶ ଅଂଶ ନଷ୍ଟ ହୋଇଯାଇଥିବା ବେଳେ ଘରର ଟାଇଲ କାନ୍ଥ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଅଶୋକ ଘରେ ଅନୁପସ୍ଥିତ ଥିବାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଏଭଳି କାଣ୍ଡ ଘଟେଇଥିବା ଅନୁମାନ କରାଯାଉଛି । ଏହି ବୋମା ମାଡର କାରଣ ସ୍ପଷ୍ଟହୋଇ ନଥିବାବେଳେ ଘଟଣା ସ୍ଥଳରେ ସାଲେପୁର ପୋଲିସ ତଦନ୍ତ ଜାରିରଖିଛି । ବୋମାମାଡ଼ ଖବର ପାଇ କଟକ ରେ ଚାକିରୀ କରୁଥିବା ଗୃହ କର୍ତ୍ତା ଅଶୋକ ସାମଲ ଗ୍ରାମରେ ପହଂଚିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଠାକୁରମୁଣ୍ଡା ଚମକପୁର ଆବାସିକା ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନା ଆକ୍ରାନ୍ତ

କରଞ୍ଜିଆ ୨୭/୧୧/୨୦୨୧(ଓଡ଼ିଶା ସମାଚାର)- ପ୍ରଥମେ ଭିମସାର , ତାପରେ ସୁନ୍ଦରଗଡର ଏକ ଆବାସିକ ବାଳିକା ବିଦ୍ୟାଳୟ ପରେ ଏବେ ମୟୁରଭଞ୍ଜ …

Leave a Reply

Your email address will not be published. Required fields are marked *