Tuesday , June 6 2023
Breaking News
Home / ବିଶେଷ / ଜ୍ୟୋତି ଲେଡିଜ୍ କ୍ଲବ ଓ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଭିନ୍ନକ୍ଷମଙ୍କୁ ହ୍ୱିଲ ଚେଆର, ତିନି ଚକିଆ ସାଇକେଲ ପ୍ରଦାନ

ଜ୍ୟୋତି ଲେଡିଜ୍ କ୍ଲବ ଓ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଭିନ୍ନକ୍ଷମଙ୍କୁ ହ୍ୱିଲ ଚେଆର, ତିନି ଚକିଆ ସାଇକେଲ ପ୍ରଦାନ

ପାରାଦୀପ ୧୭/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଇଫକୋ ସାରକାରଖାନାର ଜ୍ୟୋତି ଲେଡିଜ୍ କ୍ଲବର ସହାୟତାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ବୁଧବାର ଦିନ ସ୍ଥାନୀୟ ବିଜୁ ମେମୋରିଆଲ ଟ୍ରଷ୍ଟ ପରିସରରେ ୧୦ଜଣ ଭିନ୍ନକ୍ଷମଙ୍କୁ ହ୍ୱିଲ ଚେଆର, ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା । ଟ୍ରଷ୍ଟର ସଭାପତି ସଚିତ୍ର କୁମାର ରାଉତଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜ୍ୟୋତି ଲେଡିଜ୍ କ୍ଲବର ସଭାନେତ୍ରୀ ମମତା ପଟେଲ, ସଂପାଦୀକା ଶଶି ଗୋୟଲ୍, ମିନି ନିଲମ୍ବରମ୍ବ, ମଣିମାଳା ଚକ୍ରବର୍ତୀ, ସ୍ନିଗ୍ଧା ନାୟକ, ସଂଦୀପା ରଥଙ୍କ ସମେତ ଇଫକୋର ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ବେଉରା ଏବଂ ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, ପାରାଦୀପ ବନ୍ଦରର ପ୍ରାକ୍ତନ ଟ୍ରଷ୍ଟି ଅନ୍ତର୍ଯ୍ୟାମି ପଟ୍ଟନାୟକ, ସ୍ମାଇଲ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଠା ତଥା ବରିଷ୍ଠ ଆଇନଜୀବୀ ସୁରେଶ ଚନ୍ଦ୍ର ଦାସ, ଆଇନଜୀବୀ ସଂଜୟ କୁମାର ବେହେରା, ମହିଳା ସଂଯୋଜିକା ସ୍ନେହମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଏନ୍ ସ୍ୱସୋତି, ମିସ୍ ନେହା ମହାପାତ୍ର, କୈଳାସ ଜେନା, ପ୍ରେମଲତା ସ୍ୱାଇଁ, ସେକ୍ ଅରସତ ଅଲ୍ଲୀ, ଉମାଶଙ୍କର, ଲକ୍ଷ୍ମୀଧର ସାହୁ, ଜଗନ୍ନାଥ ମହାନ୍ତି, ଗୋଲେଖ ବେହେରା, ଜମିଲ୍ ଫକିର୍ ଙ୍କୁ ଏହି ସାଇକେଲ ବଂଟନ କରାଯାଇଥିଲା । ତେବେ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ଓ ଜ୍ୟୋତି ଲେଡିଜ୍ କ୍ଲବର ଏହି ମହାନ ସାମାଜିକ କାର୍ଯ୍ୟକୁ ସଧାରଣରେ ବେଶ୍ ପ୍ରଶଂସା କରାଯାଇଥିବା ବେଳେ ଆଗାମୀ ଦିନରେ ଏହିପରି ପାରାଦୀପ ଅଂଚଳରେ ସାମାଜିକ କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ଟ୍ରଷ୍ଟର ସଭାପତି ଶ୍ରୀ ରାଉତ ଏବଂ ଲେଡିଜ୍ କ୍ଲବର ସଭାନେତ୍ରୀ ଶ୍ରୀମତୀ ପଟେଲ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.