Friday , September 29 2023
Breaking News
Home / ବିଶେଷ / ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

କେନ୍ଦ୍ରାପଡ଼ା, ୧୭/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କରୋନା ମହାମାରୀର ଭୟବହତା ଓ ସଂକ୍ରମଣ ସମୟରେ ପ୍ରିନ୍ଟ ଓ ବୈଦୁ୍ୟତିକ ଗଣମାଧ୍ୟମର ପ୍ରତିନିଧିମାନେ ନିଜ ଜୀବନକୁ ବାଜି ଲଗାଇ ଜନ ସଚେତନତା ସୃଷ୍ଟି ସହିତ ଜିଲ୍ଲାକୁ ଫେରୁଥିବା ପ୍ରବାସୀମାନଙ୍କ ସ୍ୱାସ୍ଥ୍ୟଗତ ସେବା ଯୋଗାଇ ଦେବା ଦିଗରେ ସଫଳ ମୁକାବିଲା କରିବାରେ ଜିଲ୍ଲା ପ୍ରଶାସନକୁ ସହାୟତା ପ୍ରଦାନ କରିଥିଲେ । ଜିଲ୍ଲାରେ ଘଟୁଥିବା ଘଟଣାବଳିକୁ ଲୋକଲୋଚନକୁ ଆଣିବା ସହ ସ୍ୱଛ ଓ ନିର୍ମଳ ଶାସନ ନିମନ୍ତେ ଗଣମାଧ୍ୟମ ଜିଲ୍ଲା ପ୍ରଶାସନ ପାଇଁ ଦର୍ପଣ ରୂପେ କାର୍ଯ୍ୟ କରିଥାନ୍ତି ବୋଲି ମୁଖ୍ୟ ଅତିଥି ଶ୍ରୀ ଋତୁରାଜ ମତବ୍ୟକ୍ତ କରିଥିଲେ । କରୋନା ମହାମାରୀ ସମୟରେ ଗଣମାଧ୍ୟମର ପ୍ରତିନିଧିମାନେ ଗ୍ରାମାଂଚଳ ଓ ସଂକ୍ରମିତ ଅଂଚଳରେ ନିଜ ଜୀବନକୁ ବିପନ୍ନ କରି ତଥ୍ୟ ସଂଗ୍ରହ କରି ଗଣମାଧ୍ୟମରେ ପ୍ରକାଶ କରିବାରୁ ପ୍ରଶାସନ ଏହାର ମୁକାବିଲା କରିବାରେ ସଫଳ ହୋଇପାରିଥିଲା ବୋଲି ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକ ହେମନ୍ତ କୁମାର ନାୟକ ସ୍ୱାଗତ ଅଭିଭାଷଣ ସହ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ ସହିତ ସଭା ପରିଚାଳନା କରିଥିଲେ । ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଓ ମୁଖ୍ୟବକ୍ତା ଭାବେ ତୁଳସୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଅଜୟ ସାମଲ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଓ ବ୍ଲକ ସ୍ତରର ଗଣମାଧ୍ୟମ ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ସାମ୍ବାଦିକ ଆଶିଷ ସେନାପତି, ଗଣେଶ ସାମଲ, ପରିକ୍ଷୀତ ପାତ୍ର, ଚିତରଞ୍ଜନ ଦାସ, ସୋମନାଥ ସାହୁ, ଅସିତ ପଣ୍ଡା, ମହେଶ ପାଢୀ, ରବିନାରାୟଣ ପତି ପ୍ରମୁଖ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ କରୋନା ମହାମାରୀ ସମୟରେ ସମ୍ବାଦ ସଂଗ୍ରହ ସମ୍ପର୍କିତ ଅଭିଜ୍ଞତା ଓ ଦିବସ ପାଳନର ଉଦେଶ୍ୟ ସମ୍ପର୍କରେ ସୁଚିନ୍ତିତ ତଥ୍ୟ ପ୍ରଦାନ କରିଥିଲେ । ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶାକ ବଳିଆରସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *