କଟକ, ୧୭/୧୧/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ସଦର ଥାନା ଅନ୍ତର୍ଗତ ୪୨ ମୌଜା ବ୍ରହ୍ମପୁର ଗ୍ରାମର ଶଶିକାନ୍ତ ଦାସ ଙ୍କ ଓଡ଼ି-୩୩ଏସି୬୬୫୯ ନମ୍ବର ଟ୍ରାକ୍ଟର କୁ ଗତ ୧୩/୧୪ ତାରିଖ ରାତିରେ ଶିବୁ ପରିଡ଼ା ନାମକ ବ୍ୟକ୍ତି ଚୋରାଇ ନେଇଥିବା ନେଇ ଶ୍ରୀ ଦାସ ସଦର ଥାନାରେ ଏକ ମାମଲା ରୁଜୁ କରିଥିଲେ । ଏ ସମ୍ପର୍କରେ ସଦର ଥାନାରେ ୬୩୬/୧୪ ,୧୧.୨୦୨୧ ରେ ଏକ ମାମଲା ରୁଜୁ କରାଯାଇଥିଲା । ପାଖରେ ଲଗାଯାଇଥିବା ସିସିଟିଭି ଫୁଟେଜ ରୁ ନୟାଗଡ଼ ଜିଲା ଇଟାମାଟି ଅଂଚଳର ଶିବୁ ପରିଡ଼ା ଉକ୍ତ ଟ୍ରାକ୍ଟରକୁ ରାତିରେ ଚୋରାଇ ନେଇଛି । ଗତ ୪ ମାସ ତଳେ ଏହି ଟ୍ରାକ୍ଟର ଚାଳକ ଭାବେ କାର୍ଯ୍ୟ କରୁଥିଲା । ଶିବୁ ପରିଡ଼ା ଙ୍କ ଇଟାମାଟି ଘର ଉପରେ ଚଢ଼ାଉ କରି ଚୋରୀ ଯାଇଥିବା ଉପରୋକ୍ତ ଟ୍ରାକ୍ଟର ଉଦ୍ଧାର କରିବା ସହିତ ଅଭିଯୁକ୍ତ ଶିବୁ କୁ ଗିରଫ କରି ଅଦାଲତ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର