Friday , December 3 2021
Breaking News
Home / ବିଶେଷ / ଚାଇଲ୍ଡ ଲାଇନ ଦ୍ୱାରା ଦୋସ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ

ଚାଇଲ୍ଡ ଲାଇନ ଦ୍ୱାରା ଦୋସ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦ୍ରାପଡ଼ା, ୧୭/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଚାଇଲ୍ଡ ଲାଇନ ଦ୍ୱାରା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଂଚାୟତସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ “ଚାଇଲ୍ଡ ଲାଇନସେ ଦୋସ୍ତି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚାଇଲ୍ଡ ଲାଇନର ସଂଯୋଜକ ଅଶ୍ୱିନୀ କୁମାର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ, ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଓ ଜିଲ୍ଲାପାଳଙ୍କ ନିର୍ଦେଶରେ ଦାୟୀତ୍ୱ ଅପସାରଣ କରାଯାଇଥିବା ପିଓଆଇସି ବାଦଲ ଦାଶ ପ୍ରମୁଖ ଯୋଗଦେଇ ଦୋସ୍ତି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଶିଶୁ ଶ୍ରମିକ, ବାଲ୍ୟ ବିବାହ, ଶିଶୁ ନିର୍ଯ୍ୟାତନା, ଶିଶୁ ଅଧିକାର, ଶିଶୁ ସୁରକ୍ଷା ଏବଂ ଚାଇଲ୍ଡ ଲାଇନ  – ୧୦୯୮ ଏକ ୨୪ଘଂଟିଆ ଜରୁରୀକାଳୀନ ମାଗଣା ଫୋନ କଲ ସେବା ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ୪୦ରୁ ଉଦ୍ଧ୍ୱର୍ ଶିଶୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତୃତା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ।  ଏଥିସହିତ ଚାଇଲ୍ଡ ଲାଇନ ଦସ୍ତଖତ ଅଭିଯାନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଚାଇଲ୍ଡ ଲାଇନ ସଦସ୍ୟ ଲୋପାମୁଦ୍ରା ବେହେରା, ସ୍ୱାଗତ ସୁଚନ୍ଦନ ସାହୁ, ସ୍ମୃତିରେଖା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଚାଇଲ୍ଡ ଲାଇନ ପରାମର୍ଶଦାତ୍ରୀ ଲୋପାମୁଦ୍ରା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ପରିବେଶବିତ୍ ସମ୍ବର୍ଦ୍ଧିତ

ପାରାଦୀପ,୦୩/୧୨/୨୦୨୧(ଓଡ଼ିଶା ସମାଚାର)-  ପାରାଦୀପ ବନ୍ଦରରେ କାର୍ଯ୍ୟରତ ଇଂ.ଅମରେଶ ନରେଶ ସାମନ୍ତଙ୍କୁ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ସମ୍ବର୍ଦ୍ଧିତ …

Leave a Reply

Your email address will not be published. Required fields are marked *