ସାଲେପୁର/କିଶନନଗର , ୧୭/୧୧/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲାର ଜଣାଶୁଣା ସାମାଜିକ ସଙ୍ଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯଥା କିଶନନଗର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ,ଆବଶ୍ୟକ ଅନୁଯାୟୀ ଡାକ୍ତର ,ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି, ଶଯ୍ୟା ସଂଖ୍ୟା ବୃଦ୍ଧି, ଉନ୍ନତ ମାନର ଯନ୍ତ୍ରପାତି ଉପଲବ୍ଧ କରାଯିବା ଏବଂ ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ପ୍ରଦାନ ଆଦି ସମସ୍ୟା ନେଇ ଏକ ଦାବିପତ୍ର ଅତିରିକ୍ତ ସ୍ବାସ୍ଥ୍ୟ ସଚିବଙ୍କୁ ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ପତ୍ର ମାଧ୍ୟମରେ ଅବଗତ କରାଇବା ସହ ସମାଧାନ ପାଇଁ ନିବେଦନ କରିଛନ୍ତି । ସୂଚନା ଥାଉକି ୧୯୪୭ ମସିହାରେ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟସେବା ପାଇଁ କିଶନନଗର ଠାରେ ପ୍ରଥମ ରାଜବନ୍ଦୀ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାଜକୃଷ୍ଣ ବୋଷଙ୍କ ଉଦ୍ୟମରେ ଏକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲା । ଆଜିକୁ ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଜନସାଧାରଣ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇ ପାରି ନାହାନ୍ତି । ରାଜ୍ୟ ସରକାରଙ୍କ ଇଛାଶକ୍ତି ଓ ଆନ୍ତରିକତା ଅଭାବରୁ ଦିନକୁଦିନ ଏଠରେ ସ୍ବାସ୍ଥ୍ୟ ସେବା ବିପର୍ୟ୍ୟସ୍ତ ହେବାରେଲାଗିଛି ।ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ କଟକ ସଦରର ୯ଟି ପଞ୍ଚାୟତ,ସାଲେପୁର ବ୍ଲକର ୪ ଟି ପଞ୍ଚାୟତ, ନିଶ୍ଚିନ୍ତକୋଇଲି ବ୍ଲକର ୫ ଟି ପଞ୍ଚାୟତ ଓ ବିରିଡ଼ି ବ୍ଲକର ଗୋଟିଏ ପଞ୍ଚାୟତର ଲକ୍ଷାଧିକ ଲୋକ ସମ୍ପୂର୍ଣ ଭାବରେ ନିର୍ଭର କରିଥାନ୍ତି । ସ୍ବାସ୍ଥ୍ୟକେନ୍ଦ୍ରଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାରୁ ଲୋକମାନେ ସମାଧାନ ପାଇଁ ସରକାର ଓ ପ୍ରଶାସନ ପାଖରେ ଅନେକବାର ଆନ୍ଦୋଳନ ଦାବିପତ୍ର ଓ ଅନଶନ କରିବାପରେ ମଧ୍ୟ କିଛି ସୁ ଫଳ ମିଳିପାରି ନାହିଁ । ସମସ୍ୟାର ସମାଧାନ ଦିଗରେ କିଛି ପଦକ୍ଷେପ ନିଆ ନଯାଏ, ତେବେ ଉତ୍କଳ ବିକାଶ ପରିଷଦ ଆନ୍ଦୋଳନ ପାଇଁରାଜରାସ୍ତା କୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି ।ଓଡ଼ିଶା ସମାଚାର