Wednesday , December 1 2021
Breaking News
Home / ବିଶେଷ / ଆଇପିଏସ୍ ସ୍ତରରେ ଅଦଳବଦଳ

ଆଇପିଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର ,୧୭/୧୧/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ସରକାର ଆଜି ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ୧୯୮୮ ବ୍ୟାଚ୍ ଆଇପିଏସ୍ ବିନୟାନନ୍ଦ ଝାଙ୍କୁ ଆଜି ଗୃହ ବିଭାଗର ଓଏସଡି ଭାବେ ବଦଳି କରଯାଇଛି। ଗୃହ ବିଭାଗର ଓଏସଡି ଦାୟିତ୍ୱରେ ଥିବା ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରେଳବାଇ ଓ ଉପକୂଳ ସୁରକ୍ଷା ବିଭାଗର ଅତିରିକ୍ତ ଡିଜି ଭାବେ ନିଯୁକ୍ତି ଦିଆଯାଇଛି।
ସଂପ୍ରତି ରେଳବାଇ ଓ ଉପକୂଳ ସୁରକ୍ଷା ଏଡିଜି ଭାବେ କାର୍ୟ୍ୟ କରୁଥିବା ୧୯୮୯ ବ୍ୟାଚ୍ ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ୟ୍ୟଙ୍କୁ ଓଡ଼ିଶା ମାନବାଧିକାର କମିଶନ ଅତିରିକ୍ତ ଡିଜି(ଏଡିଜି) ଭାବେ ନିଯୁକ୍ତି ଦିଆଯାଇଛି।
ଅପରପକ୍ଷରେ ୨୦୦୩ ବ୍ୟାଚ୍ ଆଇପିଏସ୍ କେ. ସଫିନ୍ ଅହମ୍ମଦଙ୍କୁ ଅଗ୍ନିଶମ ସେବା ଓ ହୋମଗାର୍ଡ ଆଇଜି ଭାବେ ବଦଳି କରାଯାଇଛି । ସଫିନ୍ ସଂପ୍ରତି ଟେକନିକାଲ ଆଇଜି ଭାବେ ଅବସ୍ଥାପିତ ଅଛନ୍ତି । ସେହିପରି ୨୦୧୩ ବ୍ୟାଚ୍ ଆଇପିଏସ୍ ତଥା କ୍ରାଇମବ୍ରାଞ୍ଚ ଏସପି ଏଲ୍. ଦିବ୍ୟା ଭିଙ୍କୁ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭାବେ ବଦଳି କରାଯାଇଥିବା ଜଣାଯାଇଛି।ଓଡ଼ିଶାସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *