Tuesday , May 30 2023
Breaking News
Home / ବିଶେଷ / ଲାଲବାଗ ଥାନା ପୋଲିସକୁ ଏକ ବଡ ସଫଳତା – ୫ଟି ବନ୍ଧୁକ ସହ ୩୦ ରାଉଣ୍ଡ ଗୁଳି, ଗୋଟିଏ କାର, ୩ ଟା ମୋବାଇଲ ଫୋନ୍ ଜବତ, ୩ ଗିରଫ

ଲାଲବାଗ ଥାନା ପୋଲିସକୁ ଏକ ବଡ ସଫଳତା – ୫ଟି ବନ୍ଧୁକ ସହ ୩୦ ରାଉଣ୍ଡ ଗୁଳି, ଗୋଟିଏ କାର, ୩ ଟା ମୋବାଇଲ ଫୋନ୍ ଜବତ, ୩ ଗିରଫ

କଟକ ୧୬/୧୧/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ଲାଲବାଗ ଥାନା ପୋଲିସକୁ ଏକ ବଡ ସଫଳତା ମିଳିଛି । ୫ଟି ବନ୍ଧୁକ ସହ ୩୦ ରାଉଣ୍ଡ ଗୁଳି ଜବତ ହୋଇଛି । ଏହାସହିତ ଗୋଟିଏ କାର ମଧ୍ୟ ଜବତ ହୋଇଛି  । ମାମଲାରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ଜଗତସିଂହପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ଜଗତସିଂହପୁର ଅଞ୍ଚଳ ର କିଛି ଯୁବକ ବନ୍ଧୁକ କାରବାର୍ ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଆକ୍ସନକୁ ଆସିଥିଲା ପୋଲିସ । ମିଳିଥିବା ସୂଚନା ଆଧାରରେ ପୋଲିସ ଛଢାଉ କରିଥିଲେ । ଏହି ଚଢାଉରେ ପୋଲିସ କୁ ବଡ଼ ସଫଳତା ମିଳିଛି । ୫ଟି ବନ୍ଧୁକ ସହ ୩୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି ଲାଲ୍ବାଗ ଥାନା ପୋଲିସ । ଏହାସହ ଏକ କାର୍ ଓ ୩ ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି । ମାମଲାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।  ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଜଗତସିଂହପୁର ଜିଲା ବିରିଡ଼ି ଥାନା ଅନ୍ତର୍ଗତ ଶିବପୁର ଗ୍ରାମର ମିଲନ୍ ଆଲିଆସ୍ ସୁଜିତ କୁମାର ସ୍ୱାଇଁ(୪୨),ଜଗତସିଂହପୁର ଜିଲା ଜଗତସିଂହପୁର ଥାନା ଅନ୍ତର୍ଗତ ତୋଟାପଡ଼ା ଗ୍ରାମର କାଳିଆ ଆଲିଆସ ସୌଭାଗ୍ୟ ଜେନା (୩୩) ଓ ଜଗତସିଂହପୁର ଜିଲା ଜଗତସିଂହପୁର ଥାନା ଅନ୍ତର୍ଗତ ଦେନ୍ଦୋ ଗ୍ରାମର ଜିତୁ ଆଲିଆସ ସ୍ୱରୁପ ସାହୁ (୩୨) । ମିଲନ୍ ନାମରେ ପାରାଦୀପ, ଜଗତସିଂହପୁର, ବିରିଡ଼ି, ରଘୁନାଥପୁର ଓ କଟକ ସଦର ଥାନାରେ ୧୫ ଟି ଅପରାଧୀକ ମାମଲା ରହିଛି । ସେହିପରି କାଳିଆ ନାମରେ ମଙ୍ଗଳାବାଗ, ମାର୍ଶାଘାଇ,ଜଗତସିଂହପୁର ଆଦି ଥାନାରେ ୬ ଗୋଟି ଅପରାଧୀକ ମାମଲା ରହିଛି । ଜିତୁ ନାମରେ ଖୋର୍ଦ୍ଧା ଟାଙ୍ଗି ଥାନା ଓ ଜଗତସିଂହପୁର ଥାନାରେ ୨ ଟି ଅପରାଧୀକ ମାମଲା ରହିଥିବା କଟକ ଡ଼ିସିପିଙ୍କ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ନୋଟ ରେ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.