Sunday , December 5 2021
Home / ରାଜନୀତି / ଭୁବନେଶ୍ୱର ସାଂସଦ ରାଷ୍ଟୀୟ ବିଜେପି ର ପ୍ରବକ୍ତା ଶ୍ରୀମତି ଅପରାଜିତା ଷଡ଼ଙ୍ଗୀ ଙ୍କ କଳାହାଣ୍ଡି ଗସ୍ତ

ଭୁବନେଶ୍ୱର ସାଂସଦ ରାଷ୍ଟୀୟ ବିଜେପି ର ପ୍ରବକ୍ତା ଶ୍ରୀମତି ଅପରାଜିତା ଷଡ଼ଙ୍ଗୀ ଙ୍କ କଳାହାଣ୍ଡି ଗସ୍ତ

କଳାହାଣ୍ଡି,୧୬/୧୧/୨୦୨୧(ଓଡ଼ିଶା ସମାଚାର /ସଂଜୟ ସିଂହ)- ଦିନିକିଆ କଳାହାଣ୍ଡି ଜିଲା ଗସ୍ତ କରି ସାଂସଦ ତଥା ରାଷ୍ଟ୍ରୀୟ ବିଜେପି ର ପ୍ରବକ୍ତା ଶ୍ରୀମତି ଅପରାଜିତା ଷଡ଼ଙ୍ଗୀ ଜିଲା ର ବିଭିନ୍ନ ବ୍ଲକ ଗସ୍ତ କରି ସମସ୍ୟା ଉପରେ ଆଲୋଚନା କରି ଥିଲେ ଏବଂ ଭବାନୀପାଟଣା ସର୍କିଟ ହାଉସ ଠାରେ ସାମ୍ବାଦିକ ସମ୍ବିଳନୀ କରି ସରକାର ଙ୍କ ର ବିଭିନ୍ନ ଉନୟନ କାର୍ୟ୍ୟ ଓ ଦାଦନ ଖଟି ଯାଉଥିବା ଶ୍ରମିକଙ୍କ ବିଷୟ ରେ ଆଲୋଚନା କରିଥିଲେ । କଳାହାଣ୍ଡି ଜିଲା ନର୍ଲା ଠାରେ ରେଳ ଡବା କାରଖାନା କାହିଁକି ହୋଇ ପାରୁନାହିଁ, ବୋଲି ମଧ୍ୟ୍ୟ ସାମ୍ବାଦିକ ସମ୍ମିଳନୀ ରେ କହିଥିଲେ, ରାଜ୍ୟ ସରକାର ଜମିଯୋଗାଇବାରେ ବିଫଳ ହୋଇଛନ୍ତି ବୋଲି ମଧ୍ୟ କହିଛନ୍ତି । କଳାହାଣ୍ଡି ଜିଲା ର ଚାଷୀ ମାନେ ଧାନ ଏବଂ କପା ବିକ୍ରି କରିପାରୁ ନାହାଁନ୍ତି, ସେ ବିଷୟରେ ମଧ୍ୟ୍ୟ ଆଲୋଚନା କରିଥିଲେ ସାଂସଦ ଶ୍ରୀମତୀ ଅପରା ଜିତା ଷଡ଼ଙ୍ଗୀ । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ କେନାଲ ଯଦି ସବୁ ବ୍ଲକ କୁ ଜଳସେଚନ ହୋଇ ପାରିବ ତାହା ହେଲେ କଳାହାଣ୍ଡି ଜିଲା ରେ ମରୁଡି ସମସ୍ୟା ରୁ ମଧ୍ୟ୍ୟ ରକ୍ଷା ପାଇ ପାରିବ ଚାଷୀ ବୋଲି କହିଥିଲେ । ଆମେ ନାରୀ ଆମ ରାଜ୍ୟ ରେ ସୁରକ୍ଷିତ ନାହୁଁ, ନାରୀ ସୁରକ୍ଷା ଓ ସଶକ୍ତି କରଣ ନିହାତି ଜରୁରୀ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଜ଼ିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟ ଭଣ୍ଡେ ସ୍ୱର ମହାପାତ୍ର,ଜ଼ିଲ୍ଲା ମହିଳା ଉପ ସଭାପତି ଶ୍ରୀମତୀ ବିନିତା ଦାସ, ପୂର୍ବତନ ବିଜେପି ସଭାପତି ସୁନୀଲ ବେହେରା ଓ ମହିଳା ନେତ୍ରୀ ପୁଷ୍ପା ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ଓଡିଶା ସମାଚର

About admin

Check Also

ବିବାଦରେ ପାରାଦୀପ ବିଜେପି ସଙ୍ଗଠନ- ଜିଲ୍ଲା ଉପସଭାପତିଙ୍କୁ ଆକ୍ରମଣ, ଥାନାରେ ମାମଲା

ପାରଦୀପ , ୨୫/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପର ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟର ଅଧ୍ରକ୍ଷ ତଥା ଜିଲ୍ଲା ବିଜେପିର ଉପସଭାପତି ଅଜିତ …

Leave a Reply

Your email address will not be published. Required fields are marked *