Tuesday , June 6 2023
Breaking News
Home / ଶିକ୍ଷା / ଭବାନୀପାଟଣା ବାଲଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିଶୁ ଦିବସ ପାଳିତ

ଭବାନୀପାଟଣା ବାଲଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିଶୁ ଦିବସ ପାଳିତ

କଳାହାଣ୍ଡି,୧୬/୧୧/୨୦୨୧(ଓଡ଼ିଶା ସମାଚାର /ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ବାଲଜି ବିହାର ଶିଶୁ ମନ୍ଦିର ଠାରେ ଶିଶୁ ଦିବସ ପାଳନ କରାଯାଇଛି । ଏହି ଅବସରରେ ଶ୍ରୀ ଯୁକ୍ତ ସଂଜୀବ ଯୋଶୀ ଆଇନଜିବୀ ଓ ସମାଜ ସେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶିଶୁ ମନ୍ଦିର ପ୍ରଧାନ ଆଚାର୍ୟ୍ୟ ଶ୍ରୀ କିଶୋର ଚନ୍ଦ୍ର ତ୍ରିପାଠୀ, ଦାଶରଥି ଢଂଗଡା ମାଝୀ, କୋଷାଧ୍ୟକ୍ଷ ଶ୍ରୀମତି ପାର୍ବତୀ ସିଂ, ମେମ୍ବର ଶ୍ରୀମତି ଗାୟତ୍ରୀ ମହାରଣା, ଆଚାର୍ଜ ଶ୍ରୀ ବିଜୟ ବରଣ ବେହେରା, ଓ ସମସ୍ତ ଆଚାର୍ଜ ତଥା ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ସଂଜୀବ ଯୋଶୀ ପ୍ରଦୀପ ପ୍ରଜ୍ୱଳନ କରି ଥିଲେ। ଏବଂ ସରସ୍ବତୀ ବନ୍ଦନା ସହିତ ଶିଶୁ ଦିବସର ଶୁଭାରମ୍ଭ ହୋଇଥିଲା । ଶ୍ରୀ ଯୋଶୀ ତାଙ୍କର ବକ୍ତବ୍ୟ ରେ ଶିଶୁ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ବିକାଶ ଏବଂ ସରଳ ଶିକ୍ଷା ପ୍ରଣାଳୀ ର ପ୍ରଚଳନ ତଥା ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ମୋଦି ଏହି ଦିଗରେ ନେଇଥିବା ପଦକ୍ଷେପ ର ପ୍ରଶଂସା କରିଥିଲେ ଓ ଶ୍ରୀ ହରିଶଙ୍କର ପଟନାୟକ ଆଚାର୍ୟ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଓଡିଶା ସମାଚର

Leave a Reply

Your email address will not be published.