Saturday , June 3 2023
Breaking News
Home / ବିଶେଷ / ବିର୍ସାମୁଣ୍ଡା ଜନଜାତି ସ୍ୱାଭିମାନର ପ୍ରତୀକ

ବିର୍ସାମୁଣ୍ଡା ଜନଜାତି ସ୍ୱାଭିମାନର ପ୍ରତୀକ

ଭୁବନେଶ୍ୱର ,୧୬/୧୧/୨୦୨୧(ଓଡ଼ିଶା ସମାଚାର)- ଭଗବାନ ବିର୍ସାମୁଣ୍ଡା ଙ୍କ କୀର୍ତି ଓ ଜୀବନାଦର୍ଶ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଦର୍ଶାଇ ଅତିଥିମାନେ ତାଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଓଡିଶା ସରକାରଙ୍କ ଏସ୍.ସି.ଏସ୍.ଟି. ଆର.ଟି.ଆଇ ଏବଂ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ଏକ ଜାତୀୟ ଆଲୋଚନା ଚକ୍ରରେ ଭାରତର ସ୍ୱାଧୀନତା ସଂଗ୍ରାମରେ ଭଗବାନ ବିର୍ସା ମୁଣ୍ଡାଙ୍କ ଅବଦାନ ପ୍ରସଙ୍ଗ ଉପରେ ଆଲୋଚକମାନେ ବକ୍ତବ୍ୟ ରଖିଛନ୍ତି । ଉଦଘାଟନୀ କାର୍ଯ୍ୟକ୍ରମରେ ଓଡିଶାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡ. ନଭଲଜିତ କପୁର, ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ନୃତତ୍ୱ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଫେସର ବିଜୟ ଏ ସହାୟ ପ୍ରମୁଖ ବକ୍ତବ୍ୟ ରଖି ଭଗବାନ ବିର୍ସାଙ୍କୁ ଜନଜାତି ଅସ୍ମିତା ଓ ସ୍ୱାଭିମାନର ମୂର୍ତିମନ୍ତ ପ୍ରତୀକ ଭାବରେ ଅଭିହିତ କରିଥିଲେ । ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଧେଶକ ଡ. ଅଖିଳ ବିହାରୀ ଓତା ରାଷ୍ଟ୍ରର୍ନିମାଣରେ ଯୋଗଦାନ ଓ ପ୍ରାଣବଳି ଦେଇଥିବା ଜନଜାତି ନାୟକମାନଙ୍କର ସ୍ମୃତି ଚାରଣ ଲାଗି ଦେଶର ବିଭିନ୍ନ ପ୍ରାନ୍ତରେ ଚଳିତ ମାସ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଆଇକନିକ ସପ୍ତାହ ପାଳନ କରାଯାଇଛି ବୋଲି ଉଲ୍ଲେଖ କରିଥିଲେ । ବୈଷୟିକ ଅଧିବେଶନରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ଡ. କିଶୋର କୁମାର ବାସା, ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ନୃତତ୍ୱ ବିଭାଗ ପ୍ରଫେସର ସୁମହନ୍ ବଂନ୍ଦୋପାଧ୍ୟାୟ, ରାଂଚିସ୍ଥିତ ମୁଣ୍ଡାରୀ ଲୋକଭାଷା ପାଠ୍ୟକ୍ରମର ସଂଯୋଜକ ଗୁଂଜଲ ଉକିର ମୁଣ୍ଡା, ରାଂଚିସ୍ଥିତ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ସତ୍ୟନାରାୟନ ମୁଣ୍ଡା ପ୍ରମୁଖ ବିଦ୍ୱାନ ଓ ଶିକ୍ଷାବିô ଅଂଶଗ୍ରହଣ କରି ବୀର ବୀର୍ସାଙ୍କ ଜୀବନ ଓ କୃତିତ୍ୱ ଉପରେ ଅ ।ଲୋକପାତ କରିଥିଲେ ।

କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଅଂଚଳରୁ ଗବେଷକ, ଶିକ୍ଷାବିତ, ବିଦ୍ୱାନ, ଜନଜାତି ବିକାଶ କର୍ମୀ, ଜନଜାତି ବିକାଶ ସଂସ୍ଥାନ ଓ ଉକ୍ରର୍ଷ କେନ୍ଦ୍ରର ପ୍ରତିନିଧି, କେନ୍ଦ୍ର ସରକାରଙ୍କ ଜନଜାତି ମନ୍ତ୍ରଣାଳୟ ଓ ବିଭିନ୍ନ ରାଜ୍ୟର ଜନଜାତି ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚର

Leave a Reply

Your email address will not be published.