Monday , December 6 2021
Breaking News
Home / ବିଶେଷ / ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ଜଗତସିଂହପୁର,୧୬/୧୧/୨୦୨୧(ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଅଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟାଓରୀ କହିଲେ ଆଜି ହେଉଛି ପ୍ରେସ୍ କାଉନସିଲ୍ ର ଫାଉଣ୍ଡେସନ୍ ଦିବସ -୧୯୬୬ ମସିହା ଆଜିର ଦିନରେ ଭାରତୀୟ ପ୍ରେସ୍ କାଉନସିଲ୍ କାର୍ଯ୍ୟ କରିବା ଆରମ୍ଭ କରିଥିଲା । ଏଣୁ ଆଜିର ଦିନକୁ ଆମେ ସମସ୍ତେ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଦିନଟିଏ ବୋଲି ବିବେଚନା କରିଥାଉ । ଭାରତବର୍ଷ ଏକ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ବିବେଚିତ ପ୍ରେସ୍ ଆମର ଗଣତାନ୍ତ୍ରିକ ମୂଳଦୁଆକୁ ମଜଭୁତ କରିଛି । ଏହି ଦିନ ପ୍ରେସ୍ ସ୍ୱାଧୀନତା କିପରି ଅକ୍ଷୁର୍ଣ୍ଣ ରହିବ , ସମାଜ ପ୍ରତି ଗଣ ମାଧ୍ୟମର ଦାୟିତ୍ୱ ଓ କର୍ତବ୍ୟ ସଂପର୍କରେ ଆଲୋଚନା କରାଯାଇଥାଏ । ଜାତୀୟ ବିପର୍ଯ୍ୟୟ ସମୟରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଫ୍ରନ୍ଟଲାଇନରେ ରହି ଘରେ ଘରେ ସମ୍ବାଦ ପହଂଚାଇଛନ୍ତି । କୋଭିଡ୍ ମହାମାରୀ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ଅତ୍ୟନ୍ତ କଠିନ ସମୟ ଦେଇ ଖବର ପରିବେଷଣ କରିଛନ୍ତି । ସେମାନେ ନିଜେ କଷ୍ଟନେଇ ସରକାରଙ୍କ ଜନମଙ୍ଗଳ ଯୋଜନା ଓ ତୃଣମୂଳ ସ୍ତରର ଖବର ଜନସାଧାରଣଙ୍କ ନିକଟରେ ପହଚାଂଇ ଥାନ୍ତା । ବର୍ତମାନ ପରିସ୍ଥିତିରେ କରୋନା ମହାମାରୀ ନିୟନ୍ତ୍ରଣକୁ ଆସିଛି । ରାଜ୍ୟ ସରକାର କର୍ମଜୀବୀ ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟବୀମା ପ୍ରଦାନ କରିଛନ୍ତି । ପ୍ରଶାସନର ବିଭିନ୍ନ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ କାମନା କରିଥିଲେ । ଏହି ଦିବସରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ କହିଲେ ଆଜି ହେଉଛି ଗଣମାଧ୍ୟମର ଜନ୍ମଦିନ । ଆପଣମାନଙ୍କ ଯୋଗୁ ପ୍ରଶାସନିକ ଅଧିକାରୀ ମାନେ ଲକ୍ଷଣ ରେଖା ଭିତରେ ଅଛନ୍ତି ଓ ଠିକ୍ ଠାକ୍ କାର୍ଯ୍ୟ କରୁଛନ୍ତି । ଆପଣମାନଙ୍କର ଯାହା କିଛି ସମସ୍ୟା ରହିଛି ଆଲୋଚନା ମାଧ୍ୟମରେ ତାହାର ସମାଧାନ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ । ଏହି ଦିବସରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପ-ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କୋଭିଡ୍ ମହାମାରୀ ସମୟରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରି ଖବର ପରିବେଷଣ ସହ ଲୋକମାନଙ୍କୁ ସଚେତନ କରିଛନ୍ତି । କୋଭିଡ୍ ସଂକ୍ରମଣ ବେଳେ ରାଜ୍ୟ ସରକାରଙ୍କ ପ୍ରେସ୍ ବ୍ରିଫିଙ୍ଗ୍ କୁ ସମସ୍ତେ ଅନାଇ ରହୁଥିଲେ । ସେ ମାହୋଲ୍ ରେ ମହାମାରୀର ହାର ହେଉଥିଲା ଓ ମେଡିଆର ଜୟ ହେଉଥିଲା । ଆଜିର ପ୍ରେସ୍ ଦିବସରେ ସାମ୍ବାଦିକ ଶ୍ରୀ ମନୋଜ ଦାଶ ,ଶ୍ରୀ ପ୍ରଦୀପ୍ତ କିଶୋର ଚୈାଧୁରୀ ,ଶ୍ରୀ ଶଶାଙ୍କ ଶେଖର ପଣ୍ଡା,ଶ୍ରୀ ଶୁଭଙ୍କର ଜେନା, ଶ୍ରୀ ସୋମନାଥ ପରିଡା ପ୍ରମୁଖ ଯୋଗଦେଇ ପ୍ରେସ୍ ଦିବସ ପାଳନର ତାତ୍ପର୍ଯ୍ୟ ,ମହାମାରୀ ସମୟରେ ଗଣମାଧ୍ୟମ ପାଇଁ ନୂତନ ଆହ୍ୱାନ ,ଗଣମାଧ୍ୟମ ପ୍ରତିନିଧିମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ ପ୍ରାରମ୍ଭରେ ପ୍ରେସ୍ ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ସୂଚନା ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *