ନିରାକାରପୁର, ୧୬/୧୧/୨୦୨୧(ଓଡ଼ିଶା ସମାଚାର)- ୧୬ ନଂ ଜାତୀୟ ରାଜପଥର ଖୋର୍ଦ୍ଧା ଦଳେଇପୁଟ ଛକରେ ଗୋରୁମାଂସ ବୋଝେଇ ଟ୍ରକ ଜବତ କରାଯାଇଛି। ସଦର ଥାନା ଏହି ଗାଡି ଜବତ କରିଛି। ପୋଲିସ ଗାଡି ଜବତ କଲାବେଳେ ଅଭିଯୁକ୍ତ ଗାଡି ଛାଡି ପଳେଇଛନ୍ତି। ଏହି ଗୋରୁମାଂସ କେଉଁଠୁ ଆସିଲା, କୁଆଡେ ଯାଉଥିଲା ତାହା ତଦନ୍ତ ଚାଲିଛି। କିଛିଦିନ ତଳେ ରାମେଶ୍ୱର ଛକ ରୁ ନିରାକାରପୁର ପୋଲିସ ଗୋରୁମାଂସ ବୋଝେଇ ଟ୍ରକ ଜବତ କରିଥିଲେ। ଗୋରୁ ଚାଲାଣ ଧରପଗଡ଼ ପରେ ଗୋରୁମାଂସ ଚାଲାଣ କାରୀ ସକ୍ରିୟ ହୋଇ ଉଠିଛନ୍ତି। ଯାହାକି ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଓଡ଼ିଶା ସମାଚାର