Friday , August 12 2022
Breaking News
Home / ବିଶେଷ / ଆନ୍ତଜିଲା ବାଇକ ଚୋରୀ ରାକେଟ ପର୍ଦାଫାସ;୧୯ ବାଇକ ଜବତ, ୭ ଗିରଫ

ଆନ୍ତଜିଲା ବାଇକ ଚୋରୀ ରାକେଟ ପର୍ଦାଫାସ;୧୯ ବାଇକ ଜବତ, ୭ ଗିରଫ

ଭଂଜନଗର,୧୬/୧୧/୨୦୨୧(ଓଡ଼ିଶା ସମାଚାର)- ଆନ୍ତଜିଲା ବାଇକ ଚୋରୀ ରାକେଟ ଠାବ କରିଛି ଗଂଜାମ ଜିଲାର ଭଂଜନଗର ପୋଲିସ  । ୧୯ ଟି ଚୋରୀ ଗାଡି ଜବତ କରିବା ସହ ୭ ଅଭିଯୁକ୍ତ ଙ୍କୁ ପୋଲିସ୍ ଗିରଫ କରିଛି । ଭଞ୍ଜନଗର ଥାନା କେସ ନମ୍ବର୪୮୫ ମାମଲାର ତଦନ୍ତ କରି ପୋଲିସ ଏଭଳି ସଫଳତା ପାଇଥିବା ଜଣାପଡିଛି । ଗତ ପାର୍ବଣ ସମୟରେ ଗଞ୍ଜାମ ଜିଲା ସମେତ କନ୍ଧମାଳ ଓ ରାୟଗଡା ଜିଲାରୁ ବହୁ ବାଇକ ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା । ପୋଲିସ ବାଇକ ଚୋର ଙ୍କୁ କାବୁ କରିବାରେ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲା । ଗତ ୩ ତାରିଖରେ ଭଞ୍ଜନଗର ଥାନା ଅଧୀନ ବେଲଗୁନ୍ଠା ରୋଡ଼ ଝାଙ୍କରେଇ ମନ୍ଦିର ନିକଟରୁ ବାଇକ ଚୋରୀ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତା ରେ ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଥିଲା । ଏହା ପରେ ପୋଲିସ ତଦନ୍ତ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରି ଭଂଜନଗର ପୋଲିସ ସହ ବେଲଗୁନ୍ଠା ଓ ବୁଗୁଡା ଥାନାର ବଛା ବଛା ଅଧିକାରୀ ଙ୍କୁ ନେଇ ଏକ ଟିମ ବିଭିନ୍ନ ସ୍ଥାନରେ ଚଢଉ କରି ୧୯ ଟି ମୋଟର ସାଇକେଲ ଉଦ୍ଧାର କରିବା ସହ ୭ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିବା ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ମଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନେ ବିଭିନ୍ନ ଇଲାକା ରୁ ଗାଡି ଚୋରି କରିବା ପରେ ବୁଗୁଡା ଓ ଭଂଜନଗର ଅଂଚଳରେ କିଛି ଗ୍ୟାରେଜ ମାଲିକ ଙ୍କୁ ବିକ୍ରି କରି ଦେଉଥିଲେ । ସେହି ଦିଗରେ ପୋଲିସ ତଦନ୍ତ କରି ଗାଡି ଚୋରୀ ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଥିବା ବେଳେ ପାଂଚ ଜଣ ଚୋରୀ ଗାଡି କିଣିବା ଅଭିଯୋଗରେ ଗିରଫ କରାଯାଇଥିବା ଶ୍ରୀ ମଳିକ ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନଙ୍କ ଠାରୁ ୧୭ ଗୋଟି ବାଇକ,୨ଟି ସ୍କୁଟି ଜବତ ହୋଇଥିବା ବେଳେ ସେଗୁଡିକ ଭଂଜନଗର, ବେଲଗୁନ୍ଠା, ବୁଗୁଡା, ବ୍ରହ୍ମପୁର ବଡ ବଜାର ଥାନା, କନ୍ଧମାଳ ଜିଲାର ରାଇକିଆ ଥାନା,ସାରଙ୍ଗଗଡ଼ ଥାନା,ସୋନପୁର ଏବଂ ରାୟଗଡା ଜିଲାର ଚୋରୀ ଗାଡି ରହିଥିବା ଉପଖଣ୍ଡ ପୋଲିସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି । ଏହି ବାଇକ ଚୋରୀ ଘଟଣାରେ ଅନ୍ୟ କିଛି ଅଭିଯୁକ୍ତ ରହିଥିବା ବେଳେ ସେମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଭଂଜନଗର ଥାନା ଅଧିକାରୀ ସୁଦୀପ କୁମାର ସାହୁ, ବେଲଗୁନ୍ଠା ଥାନା ଅଧିକାରୀ ପ୍ରକାଶ ସାହୁ,ବୁଗୁଡା ଥାନା ଅଧିକାରୀ ଚିତରଞ୍ଜନ ବେହେରା,ବାଲି ପଦର ଫାଣ୍ଡି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏ ସଆଇ କେଶର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଖୋଲିଲା ହିରାକୁଦ ଜଳ ଭଣ୍ଡାର ର ଆଉ ୪ ଟି ଗେଟ୍ , ୧୪ ଟି ଗେଟ୍ ଖୋଲା

ସମ୍ବଲପୁର, ୧୨/୦୮/୨୦୨୨(ଓଡ଼ିଶା ସମାଚାର)- ବର୍ଷା ଲାଗି ରହିଛି । ଗତକାଲି ପର୍ଯ୍ୟାୟକ୍ରମେ ସନ୍ଧ୍ୟା ସୁଦ୍ଧା ହିରାକୁନ ଜଳ ଭଣ୍ଡାରର ୧୦ …

Leave a Reply

Your email address will not be published.