Wednesday , December 1 2021
Breaking News
Home / ବିଶେଷ / ସ୍ୱଚ୍ଛତା ପକ୍ଷ ଉଦଯାପିତ

ସ୍ୱଚ୍ଛତା ପକ୍ଷ ଉଦଯାପିତ

ପାରାଦୀପ ୧୫/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ପାଳିତ ହୋଇଥିବା ସ୍ୱଚ୍ଛତା ପକ୍ଷ ସୋମବାର ଦିନ ଉଦଯାପିତ ହୋଇଯାଇଛି । ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବନ୍ଦର ଅଧ୍ୟକ୍ଷ ପି.ଏଲ. ହାରାନାଦ ଯୋଗଦେଇ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । କାନମାସ୍ ପକ୍ଷରୁ କ୍ଷୁଦ୍ର ନାଟକ “ଏବେ ନୁହେଁ ତ କେବେ ନୁହେଁ” ପରିବେଶିତ ହୋଇଥିଲା । ଏହି ଅବସରରେ ସକାଳେ ବେଳାଭୂମି ସଫେଇ ହୋଇଥିଲା । ବନ୍ଦର ଅଧ୍ୟକ୍ଷ ଶ୍ରୀ ହାରାନାଦ୍ ଙ୍କ ସମେତ ଉପାଧ୍ୟକ୍ଷ ଏ.କେ.ବୋଷ ଏବଂ ବନ୍ଦରର ବିଭାଗୀୟ ମୁଖ୍ୟ ଅଧିକାରୀ, ସିଆଇଏସଏଫର ଯବାନମାନେ ଯୋଗ ଦେଇଥିଲେ । ବନ୍ଦର ପ୍ରଶାସନ ପକ୍ଷରୁ ସ୍ୱଚ୍ଛତା ରଥ, ବିଭିନ୍ନ ପମ୍ପ ହାଉସ ସଫେଇ ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *