Wednesday , December 1 2021
Breaking News
Home / ଶିକ୍ଷା / ସାଲେପୁର ଏଲ.ଏନ.ଏସ ପାଠଶାଳା ତରଫରୁ ଶିଶୁ ଦିବସ ପାଳିତ

ସାଲେପୁର ଏଲ.ଏନ.ଏସ ପାଠଶାଳା ତରଫରୁ ଶିଶୁ ଦିବସ ପାଳିତ

ସାଲେପୁର, ୧୫/୧୧/୨୦୨୧ (ଓଡିଶା ସମାଚାର/ ଅଭୟ ଜେନା )-ସାଲେପୁର ଠାରେ ସ୍ଥାପିତ ଏଲ.ଏନ.ଏସ ପାଠଶାଳା ତରଫରୁ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ ଅବସରରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏହାର ପ୍ରତିଷ୍ଠାତା ତଥା ଶିକ୍ଷୟତ୍ରୀ ନମିତା ଷଢଙ୍ଗୀ ଓ ଯୁବସମାଜସେବୀ ହେମନ୍ତ ନନ୍ଦ ଙ୍କ ଉଦ୍ୟମ ଓ ତତ୍ୱାବଧାନ ରେ ଏକ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ଅନେକ ଦିନର ବ୍ୟବଧାନ ପରେ ଶିଶୁମାନଙ୍କ ମୁହଁରେ ହସ ଫୁଟାଇବା ସହ ଶିଶୁମାନଙ୍କୁ ଉତ୍ସହିତ କରିବାଲାଗି ବିଭିନ୍ନ କାର୍ୟକ୍ରମ ମାନ ଆୟୋଜନ କରାଯାଇଥଲା। ଏଥିରେ ଅତିଥିଭାବରେ ଯୁବସଂଗଠକ ତଥା ଆମେସବୁ ର ଆବାହକ ସମ୍ବିତ କୁମାର ଦାସ, ସାମ୍ବାଦିକ ମନୋଜ ଆଚାର୍ୟ୍ୟ, ସମାଜସେବୀ ଅରକ୍ଷିତ ସାହୁ,ପ୍ରଭାତି ନନ୍ଦ,ଯଜ୍ଞଶ୍ବର ବିଶ୍ୱାଳ,ଶ୍ରୀପତି କର,ବୃନ୍ଦାବନ ଖୁଣ୍ଟିଆ,ବି.କେ,ମହାପାତ୍ର, ତାପନକୁମାର ରାଉତ ପ୍ରମୁଖ ଯୋଗଦେଇ କୁନି ପିଲାମାନଙ୍କୁ ଉତ୍ସହିତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରଥିଲେ।
ଏହି ଉପଲକ୍ଷେ ପାଠଶାଳା ର ପିଲାମାନଙ୍କ ଦ୍ୱାରା ବିଭିନ୍ନ କାର୍ୟ୍ୟକ୍ରମ ସହ ଗୀତ,ସଙ୍ଗୀତ,ନୃତ୍ୟ, କ୍ଷୁଦ୍ର ନାଟକ,ଚିତ୍ରଙ୍କନ, ବକ୍ତୃତା ପ୍ରଭୁତି ବିଭିନ୍ନ କାର୍ୟ୍ୟକ୍ରମ କରାଯାଇଥିଲା।ଏଥିରେ କୃତକାର୍ୟ୍ୟ ହୋଇଥିବା ପିଲାନେ ଅତିଥି ମାନଙ୍କ ଠାରୁ ପୁରସ୍କୃତ ହେବା ସହ ଅଭିଭାବକ ମାନଙ୍କ ପ୍ରିୟଭାଜନ ହୋଇପାରିଥିଲେ। ଶେଷରେ ଚାଚା ନେହେରୁଙ୍କ ଜନ୍ମ ଦିନକୁ ପିଲାମାନେ କେକ୍ କାଟି ପାଳନ କରିଥିଲେ। ଏହି କାର୍ୟ୍ୟକ୍ରମ କୁ ସମସ୍ତ କୁନି କୁନି ପିଲା ମାନେ ପରିଚାଳନା କରିଥିଲେ। ଓଡିଶା ସମାଚାର

About admin

Check Also

କଟକ ସଦର ଅଞ୍ଚଳର ତିନି ପ୍ରମୁଖ କଲେଜର ବରିଷ୍ଠ ଶିକ୍ଷାବିତମାନେ ହେଲେ ପରିଚାଳନା ସମିତି ସଭାପତି

କଟକ ସଦର,୨୯/୧୧/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): କଲେଜ ମାନଙ୍କରେ ଶୈଖିକ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଏବଂ ପ୍ରଶାସନିକ କାର୍ଯ୍ୟଭାର ଲାଘଵ ପାଇଁ …

Leave a Reply

Your email address will not be published. Required fields are marked *