ଭୁବନେଶ୍ୱର ,୧୫/୧୧/୨୦୨୧(ଓଡ଼ିଶା ସମାଚାର)-ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବାକୁ ଦାବି କରିଛି ସାମ୍ବାଦିକ ମିଳିତ ମଂଚ । ମଂଚର ଆବାହକ ଲିଙ୍ଗରାଜ ସାହୁ କହିଛନ୍ତି ଯେ, ଅନେକ ସମୟରେ କାର୍ଯ୍ୟରତ ସାମ୍ବାଦିକମାନେ କର୍ତବ୍ୟ କରୁଥିବା ବେଳେ ବହୁବାର ଆକ୍ରମଣର ଶିକାର ହେଉଛନ୍ତି । ଏଣୁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ତୁରନ୍ତ କରିବା ଆବଶ୍ୟକ ରହିଛି । ବିଭିନ୍ନ ସାମ୍ବାଦିକଙ୍କ ବାପା ଓ ମା’ ଗ୍ରାମରେ ରହୁଛନ୍ତି । ସେମାନଙ୍କ ସୁବିଧା ପାଇଁ ବୀମାର ସାମିଲ କିମ୍ବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଗଲେ ସାମ୍ବାଦିକମାନେ ଉପକୃତ ହେବେ । ସେହିପରି ବିଭିନ୍ନ ଗୋଷ୍ଠିର କଲ୍ୟାଣ ପାଣ୍ଠିକୁ ସରକାର ବୃଦ୍ଧି କରୁଥିବା ବେଳେ
ସାମ୍ବାଦିକ କଲ୍ୟାଣ ପାଣ୍ଠିକୁ ବୃଦ୍ଧି କରିବା, ସାମ୍ବାଦିକ ଚିହ୍ନଟ କରି ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମାକୁ ୨ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବାବାକୁ ଦାବି କରାଯାଇଛି । ଏଥି ପାଇଁ ବରିଷ୍ଠ ସାମ୍ବାଦିକଙ୍କ ସ୍ୱାକ୍ଷର ସଂଗ୍ରହ କରି ପୁଣି ବିଧାୟକମାନଙ୍କୁ ଭେଟିବା ସହ ମନ୍ତ୍ରୀ, ସୂଚନା ଓ ଲୋକସଂପର୍କ ଉପଦେଷ୍ଟା, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ମଳିତ ମଂଚ ସଭ୍ୟମାନେ ଭେଟିବା ଅଭିଯାନ ଆରମ୍ଭ ହୋଇଛି ବୋଲି କୁହାଯାଇଛି । ଓଡ଼ିଶା ସମାଚାର