Tuesday , August 16 2022
Breaking News
Home / ଶିକ୍ଷା / ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର

ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର

କେନ୍ଦ୍ରାପଡ଼ା, ୧୫/୧୧/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେହି ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ  ୨୦୧୪ ସରକାରଙ୍କ ନିର୍ଦେଶନାମା ଅନୁଯାଇ ବିଭିନ୍ନ କଲେଜରେ ନିଯୁକ୍ତି ପାଇଥିବା ଅଧ୍ୟାପକ ଓ କର୍ମଚାରୀମାନେ ସେମାନଙ୍କ ଦାୟୀତ୍ୱ ଓ କର୍ତବ୍ୟ ସଠିକ ଭାବରେ ସମ୍ପାଦନ କରିଆସୁଛନ୍ତି । ଶିକ୍ଷାର ସାମଗ୍ରୀକ ଉନ୍ନତି ପାଇଁ ସେମାନଙ୍କୁ ସରକାରୀ ଅନୁଦାନ ନିୟମର ଅନ୍ତର୍ଭୁକ୍ତ କରାଯାଇ ଅନୁଦାନ ପ୍ରଦାନ କରାଯିବାକୁ ସଂଘ ନିବେଦନ କରିଛି । ୨୦୦୮ମସିହା ଠାରୁ ନିଯୁକ୍ତି ପାଇଆାସିଥିବା ବେସରକାରୀ କଲେଜର ଅଧ୍ୟାପକ ଓ କର୍ମଚାରୀମାନଙ୍କ ଭବିଷ୍ୟତ ଓ ସେମାନଙ୍କ ପରିବାର ପାଇଁ ସହୃଦୟତାର ସହ ବିଚାର କରାଯାଇ ସେମାନଙ୍କୁ ଅନୁଦାନ ପ୍ରଦାନ ନିମନ୍ତେ ସରକାର ଏକ ନୀତି ପ୍ରଣୟନ କରାଯିବାକୁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି । ସଂଘ ପକ୍ଷରୁ ଅଧ୍ୟାପକ ପ୍ରଭାସ ଚନ୍ଦ୍ର ଜେନା, ବାପୁଜି ମଣ୍ଡଳ, ଶୁଭଶ୍ରୀ ପ୍ରଜ୍ଞାପ୍ରଭା ଷଡଙ୍ଗୀ, ଜାହ୍ନବୀ ପ୍ରିୟମ୍ବଦା ମହାନ୍ତି, ପ୍ରିତିପ୍ରଜ୍ଞା ସାମଲ, ଚିନ୍ମୟୀ ନାୟକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଲେଜ ଟପ୍ପର ବିଭୁ ପ୍ରସାଦଙ୍କ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ

କେନ୍ଦ୍ରାପଡା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନ ବିଭାଗର ପ୍ରାଣୀ ବିଜ୍ଞାନ ସମ୍ମାନ ଛାତ୍ର …

Leave a Reply

Your email address will not be published.