Monday , November 29 2021
Breaking News
Home / ବିଶେଷ / ମଞ୍ଚ ଓ ଥିଏଟର ଅଭିନେତା ଶ୍ୟାମାନୁଜ ମହାନ୍ତିଙ୍କ ବିୟୋଗ

ମଞ୍ଚ ଓ ଥିଏଟର ଅଭିନେତା ଶ୍ୟାମାନୁଜ ମହାନ୍ତିଙ୍କ ବିୟୋଗ

ମାହାଙ୍ଗା ୧୫/୧୧/୨୦୨୧ (ଓଡିଶା ସମାଚାର/ ଅଭୟ ଜେନା )-ବର୍ଷିଆନ ମଞ୍ଚ ଓ ଥିଏଟର ଅଭିନେତା ତଥା ସୁନାମଧନ୍ୟ କଳାକାର ଶ୍ୟାମାନୁଜ ମହାନ୍ତିଙ୍କ ୭୪ ବର୍ଷ ବୟସରେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ବିୟୋଗ ଘଟିଛି । ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶଂଖପୁର ଗ୍ରାମର ଆଧ୍ୟାତ୍ମିକ ଚେତନାର ଦିବଂଗତ ପୂଜାରୀ ବିଷ୍ଣୁ ଚରଣ ମହାନ୍ତିଙ୍କ ସୁପୁତ୍ର ଶ୍ୟାମାନୁଜ ପିଲାଟି ବେଳୁ କଳା ଓ ସଂସ୍କୃତି ପ୍ରତି ବେଶ ଅନୁରକ୍ତ ଥିଲେ  । ସରକାରୀ ଚାକିରୀରେ ଦୀର୍ଘ ବର୍ଷ ସଫଳତାର ସହିତ କାର୍ୟ୍ୟ କରିଥିଲେବି, ଓଡ଼ିଆ ନାଟକ, ଯାତ୍ରା, ଚଳଚିତ୍ର ଠାରୁ ଥିଏଟର ପର୍ୟ୍ୟନ୍ତ ସବୁଠି ଶ୍ୟାମାନୁଜଙ୍କ ସ୍ୱତନ୍ତ୍ର ପରିଚୟ ଆଜିବି ବଜାୟ ରହିଛି । ରକ୍ତଚାପ ଓ ମଧୁମେୟରେ ପୀଡିତ ଥିବା ଏହି ଯଶସ୍ବୀ କଳାକାର ଗତ ରବିବାର ଦିନ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କଟକ  ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିବା ଡାକ୍ତର ମାନେ ଘୋଷଣା କରିବାରୁ ସୋମବାର ସକାଳୁ ଜନ୍ମମାଟି ଶଂଖପୁରକୁ ଶବ ନିଆଯାଇ ଗ୍ରାମ୍ୟ ସ୍ମଶାନରେ ଦାହ ସଂସ୍କାର କରାଯାଇଥିଲା । ଶ୍ୟାମାନୁଜଙ୍କ ବିୟୋଗରେ ଆଇନି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକବ୍ୟକ୍ତ କରିବାସହ ମାହାଙ୍ଗା ମାଟି ଜଣେ ଯୋଗଜନ୍ମା ପୁରୁଷଙ୍କୁ ହରାଇଲାବୋଲି କହିଛନ୍ତି  । ପୁତ୍ର ସମ୍ବିତ ମହାନ୍ତି ମୁଖାଗ୍ନି ଦେଇଥିଲେ । ଶ୍ୟାମାନୁଜଙ୍କ ଅନ୍ତିମ ଯାତ୍ରାରେ ବ୍ଲକ ଚେୟାରମ୍ୟାନ ଶରତ ନାୟକ, ଭାଇସ ଚେୟାରମ୍ୟାନ ରସିଦା ବେଗମ,ସମାଜସେବୀ ଅଖିଳେଶ ମହାନ୍ତି, ପୂର୍ବତନ ଚେୟାରମ୍ୟାନ ରାଜକିଶୋର ଜେନା,ଆଇନି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଉମା ଶଙ୍କର ବିଶ୍ୱାଳ, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ମହିଳା ବିଜେଡି ସଭାପତି ସସ୍ମିତା ଦାସ, ମହିଳା ବିଜେଡି ସାଧାରଣ ସମ୍ପାଦକ ସୁପ୍ରଭା ସାମଲ, ସମାଜସେବୀ ନିରଞ୍ଜନ ବିଶ୍ୱାଳ, ପୂର୍ବତନ ସମିତିସଭ୍ୟ ନିହାର ରଞ୍ଜନ ପଣ୍ଡା, ପଞ୍ଚାୟତ ପର୍ୟ୍ୟବେକ୍ଷକ ସତ୍ୟ ନାରାୟଣ ମହାନ୍ତି, ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ପ୍ରାକ୍ତନ ସରପଞ୍ଚ ସୁବାଷ ବେହେରା, ହେମନ୍ତ ପ୍ରଧାନ, ଶରତ ବେହେରା, ଗଣେଶ ବିହାରୀ,ଶିକ୍ଷାବିତ ବଟ କିଶୋର ପଣ୍ଡା, ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ, ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ରମାକାନ୍ତ ପଣ୍ଡା, ପ୍ରଫୁଲ୍ଲ ମହାନ୍ତି,ମହେନ୍ଦ୍ର ମହାନ୍ତି, ତାରାକାନ୍ତ ମହାନ୍ତି,ସାହିତ୍ୟିକ ନାରାୟଣ ମୁଦୁଲି, ପ୍ରଧାନ ଶିକ୍ଷକ କିଶୋର ଦାଶ, ଅନନ୍ତ ସାହୁ, ସୁଧାଂଶୁ ପାଣି, ସରପଞ୍ଚ କଳ୍ପନା ଜେନା, ନୋମିନି ଲକ୍ଷ୍ମୀଧର ବେହେରା, ରଘୁନାଥ ଜେନା, ଜଗନ୍ନାଥ ନାୟକ, ରବୀନ୍ଦ୍ର ପୃଷ୍ଟି, ଅଚ୍ୟୁତାନନ୍ଦ ସ୍ୱାଇଁ, ରଞ୍ଜନ ପୃଷ୍ଟି, ବିଭୁଦତ୍ତ ମହାନ୍ତି, ସେକ ଅଫସର ତୁଲ୍ଲା,ମନୋଜ ଦାସ, ରଂଜିତ ଦାସ, ଆରତୀ ନାୟକ, ମାଗୁଣି ସାମଲ, ଭାରତ ଭୂଷଣ ଦାସ, ଶ୍ୟାମସୁନ୍ଦର ପଲେଇ, ରଞ୍ଜନ ବଳବନ୍ତରାୟ, ଚିନ୍ମୟ ସାମଲ, ଦୀପକ ରଞ୍ଜନ ଦାସ, ଅଜୟ ସ୍ୱାଇଁ, ଗଜେନ୍ଦ୍ର ସ୍ୱାଇଁ, ପନଂଗ ଭୂଷଣ ଦାସ, ସତ୍ୟଜିତ କିଶୋର ଦାସ, ପ୍ରଶାନ୍ତ ମହାନ୍ତି, ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇ ଗଭୀର ଶୋକ ପ୍ରକାଶ କରିବାସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାଥମିକ ଶିକ୍ଷା ସଚେତନତା ପାଇଁ ଗୁଞ୍ଜରଣ ଯାତ୍ରା

ବାଲିଗୁଡା,୨୮/୧୧ /୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସ୍ତରୀୟ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା …

Leave a Reply

Your email address will not be published. Required fields are marked *