କାଶୀ / ଭୁବନେଶ୍ୱର ,୧୫/୧୧/୨୦୨୧(ଓଡ଼ିଶା ସମାଚାର)- ବାରଣାସୀଠାରେ ଭାରତର ଗୃହ ମନ୍ତ୍ରାଳୟ ଦ୍ୱାରା ପ୍ରଥମ ଦୁଇ ଦିବସୀୟ ରାଷ୍ଟ୍ରୀୟ ରାଜଭାଷା ସମ୍ମିଳନୀର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶର ରାଜଭାଷା ଓ ରାଜ୍ୟ ସମୂହଙ୍କ ଭାଷା ଉପରେ ବିସ୍ତୃତ ଚର୍ଚ୍ଚା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତବର୍ଷର ମାନ୍ୟବର ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହା ନ୍ୟାୟାଳୟରେ ରାଜଭାଷାର ପ୍ରୟୋଗ ଆଦି ଉପରେ ନିଜର ଦେଶ ଭାଷାକୁ ସମ୍ମାନ ଭଳି ସମ୍ବେଦନଶୀଳ ବିଷୟ ଉପରେ ପ୍ରାଧାନ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଯୋଗୀ ଆଦିତ୍ୟ ନାଥଙ୍କ ବ୍ୟତୀତ ଭାରତ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ ମହେନ୍ଦ୍ର ପାଣ୍ଡେ, ଗୃହରାଜ୍ୟ ମନ୍ତ୍ରୀଗଣ ଶ୍ରୀଯୁକ୍ତ ଅଜୟ ମିଶ୍ର, ଶ୍ରୀଯୁକ୍ତ ନିତ୍ୟାନନ୍ଦ ରାଏ, ଶ୍ରୀଯୁକ୍ତ ନିସିଥ୍ ପ୍ରାମାନିକ୍, ଭାରତର ବରିଷ୍ଠ ସାଂସଦ ଶ୍ରୀମତୀ ରୀତା ବହୁଗୁଣା, ଶ୍ରୀଯୁକ୍ତ ମନୋଜ ତିବାରୀ ଓ ଦେଶବ୍ୟାପୀ ଅନେକ ସଂଗଠନର ବରିଷ୍ଠ ଭାଷା ଅଧିକାରୀଗଣ ତଥା ଭାରତୀୟ ଭାଷା ଆନ୍ଦୋଳନର ଦେଶବ୍ୟାପୀ ୨୧ ଜଣ ନିମନ୍ତିତ ରାଷ୍ଟ୍ରୀୟ ଓ ପ୍ରାନ୍ତ ନେତୃତ୍ୱ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ଭାରତୀୟ ଭାଷା ଆନ୍ଦୋଳନ ଦ୍ୱାରା ଦୀର୍ଘ ୧୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଉଠା ଯାଇଥିବା ବିଷୟ, ନ୍ୟାୟପାଳିକାରେ ରାଜଭାଷାର ପ୍ରୟୋଗ ବିଷୟରେ ଭାରତୀୟ ଭାଷା ଆନ୍ଦୋଳନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରୁଣ ଭରଦ୍ୱାଜ ଦୀର୍ଘ ୨୫ ମିନିଟ୍ ଧରି ନିଜର ଓଜସ୍ୱୀ ବକ୍ତବ୍ୟ ରଖିଥିଲେ, ଯାହା ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଶହ ଶହ ନେତୃବର୍ଗଙ୍କୁ ସ୍ଥମ୍ଭୀଭୂତ କରି ଦେଇଥିଲା ।
ଶ୍ରୀଯୁକ୍ତ ଭରଦ୍ୱାଜ ନିଜର ଭାବପୂର୍ଣ୍ଣ ବକ୍ତବ୍ୟରେ ଭାରତବର୍ଷରେ ଆଇନ ବିଭାଗ ଓ ଜିଲ୍ଲା ନ୍ୟାୟାଳୟମାନଙ୍କ ଦ୍ୱାରା ସିପିସି, ସିଆରପିସି, ଦଣ୍ଡ ବିଧି ସଂହିତା, ସାକ୍ଷୀ ଅଧିନିୟମ ଆଦି ଆଇନ ଅନୁଯାୟୀ ଦେଶର ଭାଷା ସମ୍ବନ୍ଧିତ ବିଷୟରେ ବ୍ୟାପକ ଅପବ୍ୟବହାର ଦ୍ୱାରା ଜନସାଧାରଣ ନ୍ୟାୟାଳୟ ଦ୍ୱାରା ପାରିତ ଆଦେଶଗୁଡିକୁ ନା କେବଳ ବୁଝିବାରେ ଅସମକ୍ଷ ହେଉଛନ୍ତି ବରଂ ନିଜ ବାଦକୁ ବୁଝିବା, ବୟାନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ସହ ସଠିକ ବିଚାର ପାଇବାରୁ ବଂଚିତ ହେଉଛନ୍ତି, ସୁତରାଂ ଏଭଳି ନ୍ୟାୟ, ନ୍ୟାୟ ନୁହେଁ, ଅନ୍ୟାୟ । ସେ ନିଜ ବକ୍ତବ୍ୟରେ ପୃଥିôବୀରେ ବିଭିନ୍ନ ଦେଶଗୁଡିକରେ ନିଜ ନିଜ ଭାଷାରେ ନ୍ୟାୟ ମିଳୁଥିବା ବିଷୟ ରଖିବା ସହ, ଭାରତ ବର୍ଷରେ ନ୍ୟାୟପାଳିକାରେ ବିଦେଶୀ ଭାଷାର ବ୍ୟାପକ ପ୍ରଚଳନ ଦ୍ୱାରା ଦେଶର ୧୪୦ କୋଟି ନାଗରିକଙ୍କୁ ବାସ୍ତବରେ ନିଜ ଭାଷାରେ ନ୍ୟାୟ ପ୍ରଦାନରୁ ବଂଚିତ କରିବାର କୌଣସି ଯଥାର୍ଥତା ନାହିଁ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ନ୍ୟାୟ ଶିକ୍ଷା ସମ୍ବନ୍ଧିତ ପ୍ରାଧ୍ୟାପକ, ଶିକ୍ଷାବିତଙ୍କ ସହ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରୁଥିବା ଶ୍ରୀଯୁକ୍ତ ହୃଦୟ ନାରାୟଣ ଦିକ୍ଷୀତ, ମାନ୍ୟବର ବିଧାନସଭା ବାଚସ୍ପତି ନିଜ ଅଭିବ୍ୟକ୍ତିରେ ଭାରତୀୟ ଭାଷା ଆନ୍ଦୋଳନର ନେତୃବର୍ଗ ଓ କାର୍ଯ୍ୟକର୍ତା ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଏଭଳି ସାମାଜିକ କାର୍ଯ୍ୟକୁ ଭଗବାନ ସହାୟକ ହୁଅନ୍ତୁ ଅନ୍ୟଥା ପ୍ରଭୁ ଶ୍ରୀ ହନୁମାନ ଏଭଳି କାର୍ଯ୍ୟକ୍ରମକୁ ହିଁ ସଫଳ କରାଇବେ ବୋଲି କହିବା ସହ ଭାରତୀୟ ଭାଷା ଆନ୍ଦୋଳନ ଦ୍ୱାରା ଉଠା ଯାଇଥିôବା ବିଷୟ ପ୍ରତି ନିଜର ସହମତି ସହ ଆଗାମୀ ଦିନରେ ଭାରତୀୟ ଭାଷା ଆନ୍ଦୋଳନ ମାନ୍ୟବର ବାଚସ୍ପତିଙ୍କୁ ମଧ୍ୟ ଏହି ସଂଗଠନ ସହ ଯୋଡିବାର ଇଚ୍ଛା ପ୍ରକଟ କରିଥିଲେ ।
ପ୍ରକାଶ ଥାଉକି ଗୃହ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଏହି ପ୍ରଥମ କାର୍ଯ୍ୟକ୍ରମରେ ଭାରତୀୟ ଭାଷା ଆନ୍ଦୋଳନର ନା କେବଳ ୨୧ ଜଣ ରାଷ୍ଟ୍ରୀୟ ନେତୃତ୍ୱ ନିମନ୍ତ୍ରିତ ଥିଲେ ବରଂ ଭାରତୀୟ ଭାଷା ଆନ୍ଦୋଳନ ଦେଶର ବଛା ବଛା ୧୦ଟି ସଂଗଠନ ମଧ୍ୟରେ ଏକ ଅଗ୍ରଣୀ ସଂଗଠନ ଭାବେ ଏହି କାର୍ଯ୍ୟକ୍ରମରେ ନିଜର ନିଜସ୍ୱ କେନ୍ଦ୍ର ମଧ୍ୟ ସ୍ଥାପନା କରି ଏହି ସଂଗଠନ ଦ୍ୱାରା ଦେଶରେ ଆୟୋଜିତ ଅନେକ କାର୍ଯ୍ୟକ୍ରମର ଫଟୋ ଚିତ୍ର ପ୍ରଦର୍ଶନୀ ସହ ନିଜର ଅନେକ ପୁସ୍ତକ ବିଚରଣ ଓ ବିକ୍ରୟ କରି ଅନେକ ନେତୃତ୍ୱଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି କାର୍ଯ୍ୟକ୍ରମରେ ଭାରତୀୟ ଭାଷା ଆନ୍ଦୋଳନ କେନ୍ଦ୍ରକୁ ଭାରତ ସରକାରଙ୍କ ଗୃହ ରାଜ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଅଜୟ କୁମାର ମିଶ୍ର, ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଶ୍ରୀଯୁକ୍ତ କେଶରୀ ନାଥ ତ୍ରିପାଠୀ, ଉତର ପ୍ରଦେଶର ବରିଷ୍ଠ ନେତୃତ୍ୱ ତଥା ସାଂସଦ ଶ୍ରୀମତୀ ରୀତା ବହୁଗୁଣା, ଅନେକ ବରିଷ୍ଠ ପତ୍ରକାର, ବରିଷ୍ଠ ଅଧିକାରୀ, ଭାରତୀୟ ସେନାର ବରିଷ୍ଠ ଅଧିକାରୀ, ଅନେକ ବ୍ୟାଙ୍କ ଅଧିକାରୀ ପ୍ରମୁଖ ପରିଦର୍ଶନ କରି ଭାରତୀୟ ଭାଷା ଆନ୍ଦୋଳନର କାର୍ଯ୍ୟକ୍ରମକୁ ଅନେକ ପ୍ରଶଂସା କରିଥିଲେ ।
ଭାରତୀୟ ଭାଷା ଅନ୍ଦୋଳନର ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବ୍ୟତୀତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ ବର୍ମା, ଶ୍ରୀଯୁକ୍ତ ନବୀନ କୌସିକ, ମହାମନ୍ତ୍ରୀ ଶ୍ରୀଯୁକ୍ତ ଆଶିଷ ରାଏ, ମନ୍ତ୍ରୀ ଶ୍ରୀଯୁକ୍ତ ହରି ଗୋବିନ୍ଦ ଉପାଧ୍ୟାୟ, ସୁଶ୍ରୀ ମ୍ରୁନାଲିନୀ ଖତି୍ର, ରାଷ୍ଟ୍ରୀୟ ମହିଳା ପ୍ରମୁଖ ଶ୍ରୀମତୀ ପୁନମ୍ ଗୌଡ଼ଙ୍କ ବ୍ୟତୀତ ଉତର ପ୍ରଦେଶର ପ୍ରଦେଶ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗଦୀଶ ଅନେକ ନେତୃବର୍ଗ ଓ କାଶୀ ବାର୍ ର ସମ୍ପାଦକ ଆଦି ଉପସ୍ଥିତ ରହି ଏହି ଦୁଇ ଦିବସିୟ କାର୍ଯ୍ୟକ୍ରମରେ ଭାରତୀୟ ଭାଷା ଆନ୍ଦୋଳନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିଥିଲେ । ଓଡ଼ିଶା ସମାଚାର