Wednesday , May 31 2023
Home / ବିଶେଷ / ବାପାଙ୍କ ଦେହାନ୍ତ ପରେ ତାଙ୍କର ସମାଜସେଵା ପଥକୁ ଆପଣାଇ ପୁଅ ରତିକାନ୍ତ ଏଵେ ଚର୍ଚ୍ଚାରେ

ବାପାଙ୍କ ଦେହାନ୍ତ ପରେ ତାଙ୍କର ସମାଜସେଵା ପଥକୁ ଆପଣାଇ ପୁଅ ରତିକାନ୍ତ ଏଵେ ଚର୍ଚ୍ଚାରେ

କଟକ ସଦର, ୧୫/୧୧/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ବରିଷ୍ଠ ବିଜେଡି ନେତା ତଥା ଆୟତପୁର ପଞ୍ଚାୟତର ବରିଷ୍ଠ ସମାଜସେବୀ ତଥା ସାଙ୍ଗଠନିକ ଦକ୍ଷତା ପ୍ରତିପାଦନ କରି ଏକାଧିକ ଥର ସାନଭାଇ ସ୍ୱର୍ଗତ କିଶୋର ଜେନାଙ୍କୁ ସରପଞ୍ଚ ଓ ସମିତି ସଭ୍ୟ ଭାଵେ ଜିତାଇଥିଵା ସ୍ୱର୍ଗତ ରୋହିତ କୁମାର ଜେନାଙ୍କ ଦେହାନ୍ତ ପରେ ତାଙ୍କ ପୁଅ ରତିକାନ୍ତ ଜେନା ସସ୍ତ୍ରୀକ ସମାଜସେଵାକୁ ଆପଣେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ଵାପାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରି ରେକର୍ଡ ସଂଖ୍ୟକ ୧୦୫ ୟୂନିଟ ରକ୍ତ ସଂଗ୍ରହ କରାଇ ସଦର ଵିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ଦ୍ୱ।ରା ଉଚ୍ଚ ପ୍ରଶଂସିତ ହୋଇ ପାରିଛନ୍ତି। ଵାପାଙ୍କ ଏକାନ୍ତ ସହୋଯୋଗୀ ଥିଵା ସଦର ବ୍ଲକ ‘ଆତ୍ମା’ ର ଅଧ୍ୟକ୍ଷ ରଜନୀକାନ୍ତ ସାହୁ ରତିକାନ୍ତ ଙ୍କ ସମାଜସେବା କ୍ଷେତ୍ରରେ ପଥ ପ୍ରଦର୍ଶକ ସାଜିଥିଵା ଜଣାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.